STORYMIRROR

linki barik

Inspirational Others

3  

linki barik

Inspirational Others

ସମ୍ପର୍କ

ସମ୍ପର୍କ

1 min
141

ମନରୁ, ଆତ୍ମାରୁ, ଚିନ୍ତାରୁ, ଚେତନାରୁ 

ସୃଷ୍ଟି ହୋଇଥାଏ ଏହି ଭ୍ରମ,

ଡୋରି ଯେତେ ଗଭୀରରୁ

ଗଭୀରକୁ ଗତି କରି ଚାଲେ

ସେତେ ଗୁର୍ହ୍ୟ ମର୍ମ ଉତ୍ପନ୍ନ ହୋଇ ଉଠେ,

ଏଇ ଭ୍ରମ ଆଉ ମର୍ମ ଭିତରେ ଥିବା ସୂକ୍ଷ୍ମ ନଟେଇର ନାମ ବୋଧେ "ସମ୍ପର୍କ",

କେବେ ସେ ଚଇତି ଚିଠି ନେଇ ଆସେ

ତ କେବେ ଦୂରେ ଥାଇ ଖିଲିଖିଲି ହସେ,

କେବେ ମଧୁ ମଳୟ ତା ରଙ୍ଗ

ତ କେବେ ଅଣଚାଶ ପବନ ତା ରୂପ,

କଳକଳ ନାଦ କରି ଉଛୁଳା ଝରଣା ପରି

ନଈପଠାରେ ଗୁମ୍ ମାରି ଛିଡ଼ା ହୋଇଥିବା ଥୁଣ୍ଟା ବରଗଛ ପରି,

ଖେଳିବାକୁ ଜିଦି କରୁଥିବା ଅବାଧ୍ୟ ଶିଶୁ ପରି

ପୁଣି ବର୍ଷାକୁ ଦେଖି ନାଚି ଉଠୁଥିବା ଅନୁଢ଼ କିଶୋରୀ ପରି,

ତଥାପି ପ୍ରଶ୍ନଟିଏ ମନରେ ଉଙ୍କି ମାରେ

"କାହା ପରି ସିଏ ?"

ହଁ ଡୋରି ଯେତେ ଗଭୀରରୁ

ଗଭୀରକୁ ଗତି କରି ଚାଲେ

ସେତେ ଗୁର୍ହ୍ୟ ମର୍ମ ଉତ୍ପନ୍ନ ହୋଇଉଠେ,

ଏଇ ଭ୍ରମ ଆଉ ମର୍ମ ଭିତରେ ଥିବା ସୂକ୍ଷ୍ମ ନଟେଇର ନାମ ହିଁ "ସମ୍ପର୍କ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational