Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushree arati pattnayak

Inspirational

3.4  

sushree arati pattnayak

Inspirational

ମାଟି ମନ୍ତ୍ର

ମାଟି ମନ୍ତ୍ର

1 min
206



ଜାଗ ହେ ଜାଗ ହେ ଭୂମି-ପୁତ୍ର ଗଣ ହେଉ ମାତୃଭୂମି ଶିରୀ ରକ୍ଷା .. ପ୍ରଜ୍ବଳିତ ହେଉ ଦେଶପ୍ରୀତି ବହ୍ନି

 ପ୍ରାଣ ହେଉ ମାଟି ମନ୍ତ୍ରେ ଦୀକ୍ଷା ।


ନ ପଶୋର ମନୁ ଅତୀତ ଗାରିମା

ବୀର ଉତ୍କଳୀୟ କୀର୍ତ୍ତିରାଜି

ନ ଭୁଲ ସେଇ ବିରତ୍ଵ କାହାଣୀ

ଯା' ପ୍ରାଣେ, ସଂଚେ ପ୍ରେରଣା ଆଜି ।


ପାଶ୍ଚାତ୍ୟ ଢାଲ ରେ ନ ଲୁକ୍କାୟିତ ହେଉ 

ଆମ ଉତ୍କଳ ର କଳା ସଂସ୍କୃତି ..

ବାର ମାସେ ତେର ପରବ ଯେଉଁଠି

ଭରେ ଭାଇଚାରା ଭାବ ପୀରତି ।


ମହୁ ଠାରୁ ମିଠା ମାତୃଭାଷା ଆମ

କେ ହେବ ତା' ସରି ଏ ଜଗତେ

ଆଧୁନିକତାର ଓଢଣୀ ଭିତରେ

ଆମ ମାତୃଭାଷା ଆଜି ସଙ୍କଟେ ।


କଳା ଉତ୍କର୍ଷ ର କେନ୍ଦ୍ରବିନ୍ଦୁ ସାଜି

ଯେ ବହେ ଭାଷା ସଂସ୍କୃତି ର ସନ୍ଦେଶ

ହସୁ ଥାଉ ସେହି ଉତ୍କଳ ଜନନୀ

ନ ମଉଳୁ କେବେ ତା ଓଠୁ ହସ ।


ସବୁଜ ଶ୍ୟାମଳ ସୁନ୍ଦର କ୍ଷେତ ରେ

ଏ ମାଟି ବଞ୍ଚାଇ ରଖିଛି ସଭିଙ୍କୁ

ଯୋଗାଇଛି ସଦା ଖାଦ୍ୟ ଓ ବାସ

ସ୍ନେହେ ବାନ୍ଧି ରଖିଛି ସଭିଙ୍କୁ ।


ଚିର ସ୍ମରଣୀୟା ଚିର ବନ୍ଦନୀୟା

ସଦା ରଖିବା ଯଶ ଏହାରି

ପ୍ରାଣ ହେଉ ମନ୍ତ୍ରମୁଗ୍ଧ ଏ ମାଟି ଆହ୍ବାନେ

ଏହି ଶପଥ ହେଉ ସବୁରି ।






Rate this content
Log in

More oriya poem from sushree arati pattnayak

Similar oriya poem from Inspirational