STORYMIRROR

sushree arati pattnayak

Inspirational Others

3  

sushree arati pattnayak

Inspirational Others

ନାରୀ

ନାରୀ

1 min
224

ସେ ଅଟେ ଜନନୀ

ଆଦ୍ୟା ଚିରନ୍ତନୀ

ସଂସାର ପାଳନ କର୍ତ୍ରୀ

ମାତା, ଧାତ୍ରୀ, ଜାୟା, ଦୁହିତା, ଭଗିନୀ

ସର୍ବ ରୂପେ ତାର ସ୍ଥିତି।


କୁଟୁମ୍ବ ପାଳିବା ଦାୟିତ୍ଵ ବହିଛି

ମୁଣ୍ଡେ ମୁଣ୍ଡେଇ ପରିବାର ଭାର,

ଭୁଲିଛି ନିଜର ଦୁଃଖ ଓ କଷଣ

ସେ ପଛ ଓ ଆଗ ତାର ପରିବାର।


ଅବଳା, ଦୁର୍ବଳା ନୁହେଁ ସେ ଯେ ଆଜି

ସେ ଅଟେ ସ୍ଵୟଂସିଦ୍ଧ ନାରୀ

ପୁରୁଷ ସମକ୍ଷ୍ୟ କରିଛି ନିଜକୁ

କିଏ ହେବ ତା ସମ ସରି।


କେବେ ସେ ଗୃହିଣୀ, ଆଦି ନାରାୟଣୀ

କେବେ ଶକ୍ତି ସ୍ୱରୂପା ସେ ସାଜଇ

ଅନେକ ଚରିତ୍ର ସାଉଁଟି ଗୋଟିଏ କାୟା ରେ

ନାରୀ ପଦବାଚ୍ୟ ସେ ହୁଅଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sushree arati pattnayak

Similar oriya poem from Inspirational