STORYMIRROR

Kalandi pal

Inspirational

3  

Kalandi pal

Inspirational

ଶାଶୁ ଘର

ଶାଶୁ ଘର

1 min
163


ସତେ ସ୍ବର୍ଗ ପୁର  ପିତାଙ୍କ ମନ୍ଦିର

    ନାହିଁ ସେଠି ବାଦ ଛେଦ 

ଅଳି ଅର୍ଦ୍ଧଳି ତା   ସହୁଥିଲେ ପିତା 

     ନାହିଁ କେବେ ପ୍ରତିବାଦ.।।


ଗେଲ ବସରରେ ବାପା ଡାକୁଥିଲେ 

   ଘର ଲକ୍ଷ୍ମୀ ମୋତେ ମଣି 

କାହିଁକି କେଜାଣି ପର କରିଦେଲେ 

    ସବୁ କିଛି ଜାଣି ଶୁଣି .।।


ଦେଲେ ବିଦା କରି  ତାଙ୍କ ହୃଦ ଚିରି

    ସଜେଇ କା ଗୃହ ଲକ୍ଷ୍ମୀ 

ଅଳତା ପାଦରେ  ମନାସି ମଙ୍ଗଳେ

     ପାଦ ଥାପି ଥମି ଥମି.।।


ଜେଲ ଖାନା ପରି  ବିଶାଳ ପାଚେରି

    ଫାଟକେ ଲୁହା ଶିକୁଳି

ସାଜେ ସେ ବନ୍ଦିନୀ   ହୋଇ ଅଭାଗିନୀ

     ପିତାମାତା ସ୍ନେହ ଭୁଲି,।।


ମୁକ୍ତ ବିହଙ୍ଗର    କାଟି ଦେଲେ ପର

     ମୁକ୍ତାକାଶ ତା ସପନ

ନଜର ବନ୍ଦୀରେ    ସଦା ଶାଶୁ ଘରେ 

     ଗଣି ଗଣି ଯାଏ ଦିନ,।।


ଶାଶୂଙ୍କ କାନୁନ      ଶ୍ୱଶୁର ସମ୍ମାନ

     ନଣନ୍ଦର ଦର୍ପ ଟାଣ

ବୋହୂ ପଣିଆରେ    କଳଙ୍କି ଲାଗିବ

     ନ କରିଲେ ସମାଧାନ.।।


ସଭିଙ୍କର ସେବା    କରୁଥିବ ଯେବା

     ସୁନାନକୀ ବୋହୂଟିଏ

ନିଜେ ଜଳି ଜଳି     ସଳିତା ପରାଏ

      ସଭିଙ୍କୁ ଆଲୋକ ଦିଏ.।।


ମିଳେନି ଆଉ ତ    ବାପ ଘର ସୁଖ

     କର୍ମ ତା ବଦଳି ଯାଏ

ଥିଲା ଝିଅ ସେହୁ   ହେଲା ପୁଣି ବୋହୂ

     ପୁଣି ମାଆ ବନିଯାଏ.।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational