STORYMIRROR

Kalandi pal

Inspirational

3  

Kalandi pal

Inspirational

କାହାକୁ କହିବା କୁହ

କାହାକୁ କହିବା କୁହ

1 min
171


     କାହାକୁ କହିବା କୁହ

    କିଏ ମାନେ କାହା କଥା

ପରିବାର ଠାରୁ ସାରା ଦେଶ ଯାଏ

   ବଢ଼େଇ ଦେଲେନି ବ୍ୟଥା

ଯେଝା ହାତେ ଯିଏ ଚଉଦ ପାଆରେ

    ନୂଆନ୍ତିନି କେହି ମଥା

    କହିଲେ କହେ ଅଯଥା

ଶେଷେ ବାରଦ୍ୱାର ଶୁଣ୍ଢୀ ପିଣ୍ଢା ହୋଇ

    ହୁଅନ୍ତି ଭାରି ହିନସ୍ଥା !


ଯୁବକ ଯୁବତୀ ତଳ ମୁହାଁ ଏଠି

    ଟେକନ୍ତିନି କେବେ ମଥା

ମୋବାଇଲ ଫୋନ ବଢ଼ାଇ ଦେଲେନି

     ବାପା ମାଆଙ୍କର ବ୍ୟଥା.

     ଚାଟିଙ୍ଗରେ ଚାଲେ କଥା

ଜୋଇଁ କିମ୍ବା ବୋହୁ ଖୋଜାହୁଏ ନାହିଁ

    ମାଗଣା ହୁଏ ବ୍ୟବସ୍ଥା !


ଗାଆଁରେ ଖୋଲିଛି ମହିଳା ସମିତି

    ମାଇପେ ହେଲେଣି ନେତା

ଘଇତା ବସିଛି ମୁଣ୍ଡେ ହାତ ଦେଇ

    ବଢିଯାଏ ତାର ଚିନ୍ତା

   ଆଜି ହୁଏ ଶୋଭା ଯାତ୍ରା

ଅଝଟ ଛୁଆଟା ଉଠିଲେ କାନ୍ଦିବ

   ପିଟି ଦେବ ତଳେ ମଥା !


ନିର୍ବାଚନ ବେଳେ ମଇଦାନ ପରେ

    ନୁଡୁ ବୁଡ଼ୁ ହୋନ୍ତି ନେତା.

ଆସନଟେ ପାଇଁ ଲାଗେ ଜାନ ଦେଇ

    ବାଣ୍ଟି ସେ କମଳ ଛତା

    ଟଙ୍କା ସାଥେ ମିଛ କଥା

ଆମେ ଜିତିଗଲେ ସବୁ କରିଦେବୁ

    ଜିତିଲେ ନ ମିଳେ ଦେଖା !


ଦେଶର କରଜ ଯେତେ ବଢୁଥାଉ

    ବଢେ ତାଙ୍କ ବ୍ୟାଙ୍କ ଖାତା.

ଈଶ୍ୱରଙ୍କ ପାଖେ ନିତି ନିବେଦନ

    ଆସୁଥାଉ ବନ୍ୟା ବାତ୍ୟା.

    ଆସେ ଟଙ୍କା ବସ୍ତା ବସ୍ତା.

ଟଙ୍କା କିଏ ପାଉ ଅବା କେ ନ ପାଉ

    କାଗଜ ପତ୍ରରେ ବ୍ୟବସ୍ଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational