STORYMIRROR

Kalandi pal

Inspirational

3  

Kalandi pal

Inspirational

ଭୁଗର୍ଭ ଜଳ

ଭୁଗର୍ଭ ଜଳ

1 min
118


କହେ ଖାଲି ତୁଣ୍ଡ ଜଳହିଁ ଜୀବନ

    କର ତାକୁ ସରଂକ୍ଷଣ.

କେତେ ଯେ ଆଇନ ହୋଇଛି ତାପାଇଁ

    କେତେ ଶିକ୍ଷା ସଚେତନ।


ଗ୍ରୀଷମ କାଳରେ ଜଳ ତ ନ ମିଳେ

    ହନ୍ତସନ୍ତ ହୋନ୍ତି ପ୍ରାଣୀ.

ଦୂରଦୁରାନ୍ତରୁ    ସଂଗ୍ରହ ତ କରୁ

    ଟୋପାଏ ପିଇବା ପାଣି।


ଭୁଗର୍ଭକୁ ତାଡି ଗର୍ଭୁ ଜଳ କାଢି

    କରନ୍ତି ପାନୀୟ ଜଳ.

ସେ ଜଳେ ଶ୍ୟାମଳା ହସି ଉଠେ ଧରା

    କୋଳରେ ନାନା ଫସଲ।


ସେ ଜଳ ସୀମିତ ନୁହେଁ ଅସୀମିତ

    ଉଠା ସେଚନର ବଳେ.

ଉଠାଇ ସେ ଜଳେ ବିଜ୍ଞାନ କୌଶଳେ

     ଲାଗେ ଜନ ଉପକାରେ।


ବ୍ୟବହାରେ ତାର ଲଗାଇ ଅଙ୍କୁଶ

    ନ କରିବା ଅପବ୍ୟୟ.

ହେବା ସଚେତନ ଧରା ସର୍ବଜନ

    ନ ମଣିବା ତାକୁ ହେୟ।


ଗଛକୁ କାଟିଲେ ବଣ ନଷ୍ଟ କଲେ

    ଗାଆଁ ଦାଣ୍ଡ କଲେ ପକ୍କା.

ସଂଚୟ କ୍ଷମତା  ହରାଏ ବସୁଧା

    ମନେ ସୃଷ୍ଟି ହୁଏ ଦକା।


ଡିଣ୍ଡିମ ପିଟୁଛି   ସରକାର ଏଠି

    ବଞ୍ଚାଅ ଭୁଗର୍ଭ ଜଳ.

ଉଠା ସେଚନରେ ବହୁଳ ମାତ୍ରାରେ

    ଲାଗୁନି ଅଙ୍କୁଶ ତାର।


ଗୋଟା ପରେ ଗୋଟା ଉଠା ସେଚନଟା

    ଦିଅନ୍ତି ଅମଲାତନ୍ତ୍ର.

ସରି ସରି ଯାଏ   ଭୁଗର୍ଭର ଜଳ

    ଲୋକେ ହୋନ୍ତି ହନ୍ତସନ୍ତ।


ଅଂଚଳକୁ ଦେଖି  ଉଠା ସେଚନଟି 

    ସୀମିତ କରହେ ଭାଇ.

ମିଳୁଛି ରିହାତି  ଟଙ୍କା ଯେ କେଇଟି

     ଭଲ ମନ୍ଦ ଜାଣ ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational