STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ମୁକ୍ତି

ମୁକ୍ତି

1 min
217

ଜୀବନ ଯନ୍ତ୍ରଣା ଦେଲା

ସୁଖ ସବୁ ଦୁଃଖ ହେଲା

ତଥାପି ବଞ୍ଚିଵାଆଶା ସରେନାହିଁ

ଯଦିବା ମୁକ୍ତି ର ପଥ ମୁକୁଳା ।


ଅନ୍ଧାର ରାଜୁତି କରେ

ଆଲୋକ ଲୁଚିଛି ଡ଼ରେ

ସତ୍ୟ ଫସିଛି ମିଥ୍ୟା ଘେରରେ

ମୁକ୍ତି ହେବା ଆଶାରେ।


ସଂସାର ର ମାୟା ମୋହ

ଲୋଭ ରୁ ମୃତ୍ୟୁ ଥୟ

ତଥାପି ଚାହେନା ଛାଡ଼ିଯିବା ପାଇଁ

ମୁକ୍ତି ତ ସହଜ ନୁହଁ ।


ଜଞ୍ଜାଳ ଜହର ଚଢେ

ବୟସ ପାହାଚ ବଢେ

କଟିଯାଏ କେତେ 

ବିନିଦ୍ର ରଜନୀ

ମୁକ୍ତି ପଥେ କଣ୍ଟା ପଡେ।


ଜନ୍ମ ମୃତ୍ୟୁ ଚକ୍ର ଯାହା

ମୁକ୍ତି ଅଲଗା ରାହା

ଯାଣିବି ଚାଲିବା ସତ୍ୟ ପଥେଯିବା

ମୁକ୍ତି ଦାତା ଏକା ନାହା ।



Rate this content
Log in

Similar oriya poem from Inspirational