ମୋ ସଞ୍ଜ ସକାଳ
ମୋ ସଞ୍ଜ ସକାଳ
ସଞ୍ଜ ନଇଁ ଗଲେ ରାତି ମାଡିଆସେ
ସକାଳରେ ଦିନ ହୁଏ
ମୋ ସଞ୍ଜ ସକାଳ ଅବା ଦିନରାତି
କେବେ ଆସେ ପୁଣି ଯାଏ
ବୁଝି ମୁଁ ପାରେନା ଏ ତୋର ସର୍ଜନା
ସତେ କି ପ୍ରହେଜିକା ଇୟେ |
ସେଇ ତୋ ମାୟାରେ ହୋଇ ମୁଁ ବାୟାରେ
ଜଂଜାଳ ଜାଲରେ ପଡି
ନୀରବି ଯାଇଛି ନିଃଶ୍ୱାସ ମୋର
ବିକଳେ ଛା ଡୁଛି ରଡି
ନୟନୁ ଶୁଖୁନି ଲୋତକ ଯେଣୁ
ତୋରେ ବିଶ୍ୱାସ ତୁଟିଯାଏ ।
ସବୁ ବଡ ବଡ ଆଦରି ନେଇଛୁ
ବଡ଼ ଦେଉଳରେ ଥାଇ
ରତ୍ନ ସିଂହାସନେ ଭାଇ ଭଗ୍ନୀ ଘେନି
ଷାଠିଏ ପଉଟି ଖାଇ
ମୋ ଭାଗ୍ୟ ଆଜି ଭୋଗୁଚି ସତେ
ଭାସୁଛି ଦୁଃଖ ର ସୁଏ |
ଚାଲି ଚାଲି ଏବେ ପଡିଲିଣି ଥକି
ପାଦ ପଦ୍ମେ ଦିଅ ସ୍ଥାନ
କେ ନୁହେଁ କାହାର ମିଛ ଏ ସଂସାର
ତୋର ନାମେ ସରେ ଦିନ
ଏତିକି କରୁଣା କର ହେ ଠାକୁର
ସ୍ୱର୍ଗ ଦ୍ୱାରେ ଚାଲି ଯାଏ |
