ଆରଜନ୍ମ ଯଦି ଥାଏ
ଆରଜନ୍ମ ଯଦି ଥାଏ
ମୁଁ ଜୋ ଆରଜନ୍ମ ର ପାଣି ପିଏ
ପାଟ ବାଳୁଙ୍ଗା
ଗାଁ ଗୋଚର ଘାସ ଖାଏ
ନିହାତି ତୁଚ୍ଛ
ନିପଟ ମଫସଲୀଟିଏ।
ମୁଁ ବିଶ୍ବର ସର୍ବଶ୍ରେଷ୍ଠ ଧନୀ
ବନ୍ଧୁତା ଧନରେ
ନିତି ମୋ ଅଣ୍ଟି
ନିରୋଳା ମମତାରେ ଭରି ଯାଏ।
ଏ ବିଶ୍ବେ ଯେତେ ଜନ
ମୁଁ ହୁଅନ୍ତି କି ତାଙ୍କ
ବନ୍ଧୁ ପଣକୁ ଭାଜନ
କା ଓଠର ଗାରେ ହସ
ହେବାକୁ ମୋ ହୃଦ
ସଦା ସର୍ବଦା ଚାହେଁ।
ପଢେ ବହୁତ
ଗଢେ ଅଳପ
ପ୍ରଯୋଗିତା
ରେସ୍ ରଘୋଡା
ହେବାକୁ ନ ଚାହେଁ
ଅଳ୍ପକେ ସନ୍ତୁଷ୍ଟ ହୁଏ।
ପର ନିନ୍ଦା କୁତ୍ସା ରଟନା
କରଇ ଯେଉଁ ଜନ
କୁଣ୍ଠିତ ହୁଏତାଙ୍କୁ
ଦେବାକୁ ସମ୍ମାନ
ଯେତେ ବଡ଼ ହେଉ ବା ସିଏ।
ଶିଖିବାପାଇଁ ସଦା
ସଭିଙ୍କ ଠାରୁ
ପାଗଳ ହୁଏ
ହଂସ ପରି ସୁ ଗୁଣ ତକ
ନିଜ ପାଖକୁ ଆଣିଥାଏ।
ସଭିଏଁ ମୋତେ
ଲାଗନ୍ତି ଭଲ
ଟୋନ୍ ଶୁଣିବାକୁ ସମିଙ୍କ
ହୁଏ ବ୍ୟାକୁଳ
ଯେ ମୋତେ ଲୋଡେ
ଘଣ୍ଟା ଘଣ୍ଟା ଗପିଥାଏ।
ଗୁଜୁରାତି ଚାଷ
ନାହିଁଟି ମୋର
ହାତୀ ପାଳିବା ସାମର୍ଥତା
ଭିଡ଼ ଭିତର
ଏକା ମଣିଷ
ସ୍ନେହ ରଙ୍କୁଣୀ ମନଟି ମୋର
କୋହ ମୋହେ ପକ୍ଷ ଝାଡେ।
ଆରଜନ୍ମ ଯେବେ ଥାଏ
ଜଗତସିଂହପୁର
ବାଲିକୁଦାର
ସାରଣା ଗ୍ରାମ
ସ୍ୱର୍ଗତଃ ବୃନ୍ଦାବନ ସ୍ୱାଇଁ
ଓ ପୂର୍ଣ୍ଣିମା ସ୍ବାଇଁଙ୍କ
ଝିଅ ହୋଇ ମୁଁ ଜନମ ନିଏ।