ଗୁରୁ ଯେ ମଳୟ ପବନ
ଗୁରୁ ଯେ ମଳୟ ପବନ
ଗୁରୁ ଯେ ମଳୟ ପବନ
କାଠ କୁ କରନ୍ତି ଚନ୍ଦନ ।
ମଣିଷ ମହାନ କରନ୍ତି
ସୁ ବ୍ୟବହାର ସେ ଶିଖାନ୍ତି ।
ମାଟି କୁ ଦିଅନ୍ତି ଆକୃତି
ନା ନା ରୂପରେ ଶୋଭା ପାନ୍ତି ।
ମାତା ପିତା କି ବନ୍ଧୁସଖା
ଉତ୍ତମ ଠୁ ନିଅ ଶିକ୍ଷା ।
ଉତ୍ତମ ବ୍ୟକ୍ତି ଗୁରୁ ହେଲେ
ଜୀବନ ସୁଧୁରିବ ଭଲେ ।
ଦୁଃର୍ଜନକୁ ଗୁରୁ ଧରିକରି
ଅଧା ବାଟ ରେ ଯାଏ ହାରି ।
ଦ୍ରୋଣ ପରଶୁରାମ ଗୁରୁ
ପଲ୍ଲବୀ ଉଠେ ଶୁଷ୍କ ତରୁ ।
ଜୀବନ ଗୁରୁଙ୍କର ବିନା
ପଶୁତ୍ୱ ଜାଗି ଉଠେ ସିନା ।
ଶୁକ୍ରାଚାର୍ଯ୍ୟ ଙ୍କ ଗୁରୁ ପରି
ସମାଜ ଅସୁରରେ ଭରି ।
କୈକାଶି ପରି ମା ନ ହେବ
ସମାଜେ ରାବଣ ଗଢିବ ।
କୌଶଲ୍ୟା ଯଶୋଦା ଯେ ମାତ
ରାମ କୃଷ୍ଣ ଙ୍କୁ ଦିଏ ଜାତ ।
ଗୁରୁ ଯେ ଅସଲି ଠାକୁର,
ତାଙ୍କୁ ନ କର ହତାଦର ।
ଦିଅ ଯେ ଉତ୍ତମ ବେଭାର
ସୁସମାଜ ଗଠନ କର ।