ତମେ ଆସିବ ବୋଲି ରଶ୍ମିରେଖା ସାହୁ
ତମେ ଆସିବ ବୋଲି ରଶ୍ମିରେଖା ସାହୁ
ମା' ତମେ ଆସିବ ବୋଲି
ଶରତ ଆଣିଛି ଆଦର କେତେ
ଦେଖିବାକୁ ଯାଇ ଚାହିଁଲି ଆକାଶକୁ,
ଓଃ!କି ସୁନ୍ଦର ¡
କି ଖେଳ ରଚୁଥିଲେ ବାଦଲର ମାଳ,
ଖୁସିରେ ନୃତ୍ୟ ରଚୁଥିଲେ ସେମାନେ,
ଅନାଇଦେଲି ଧରାକୁ '
ସବୁଜପାଟରେ କାଶତଣ୍ଡୀ ର ଖୋସା
ଖିଲି ଖିଲି ହସରେ ଚଉଦିଗ କମ୍ପିଉଠୁଥିଲା ,
କାଶତଣ୍ଡୀ ବି ମୃଦୁ ମଳୟ ସାଥିରେ
ନୃତ୍ୟ କରି କହୁଥିଲା,
ପାର୍ବଣ ଋତୁ ଆସିଛି, ମା ତମେ ଆସିବ ବୋଲି।
ମା ତମେ ଆସିବ ବୋଲି
କାରିଗରର ହାତ ଯେମିତି ଭାରି ଆତୁର
ତମକୁ ଦଶଭୁଜା ର ଆକାର ଦେବାକୁ,
ଧର୍ମ ଓ ଅଧର୍ମ ର ଅନ୍ତର ବୁଝେଇ ବାକୁ
ପ୍ରୟାସ ଅନେକ ମା '
ମା 'ତମେ ଆସିବ ବୋଲି ଶେଫାଳି
ତା କମଳା ଓ ଧଳା ରୂପରେ,
ଚଉଦିଗ ଭାସିଆସୁଛି ଭୁରୁ ଭୁରୁ ଗନ୍ଧରେ,
ମନ ପ୍ରଫୁଲ୍ଲିତ ହୋଇଉଠୁଛି,
ସଭିଏଁ ଆତୁର ବନ୍ଦାପନା କରିବେ ବୋଲି।
ମା ତମେ ଆସିବ ବୋଲି
ପକ୍ଷୀ ମାନଙ୍କର କିଚିରି ମିଚିରି ଗୀତ ରେ
ବିଦେଶ ବୁଲିବାର ଆରମ୍ଭ,
ଚିଲିକା ଓ କାଳିଜାଇ ହୁଡ଼ା ବି
ଅପେକ୍ଷା କରିଛି ବିଦେଶୀ ବିହଗ ମାଳଙ୍କୁ
ସ୍ୱାଗତ କରିବାକୁ ଅପେକ୍ଷା।
ମା ତମେ ଆସିବ ବୋଲି ସୁରୁଜ ଦେବଙ୍କ
କିରଣ ଶୀତଳ ହୋଇଆସୁଛି,
ସୁବର୍ଣ୍ଣ ର ରଙ୍ଗରେ ସୁଭାସିତ ହୋଇଯାଇଛି,
ଆଉ ସେ ରୌଦ୍ର ରୂପ ନାହିଁ,
ଦିବା ବି ସମୟ କମେଇ ଦେଇଛି,
ଖାଲି ତୁମକୁ ଅପେକ୍ଷା ମା '।
ମା 'ତମେ ଆସିବ ବୋଲି ପୋଖରୀ ରେ
କଇଁ, ପଦୁମ ର ଭାର,
ଭାରି ସୁନ୍ଦର କଅଁଳ ରୂପରେ
ସଜେଇ ଫୁଲେଇ ହେଉଛନ୍ତି ମା '
ତୁମ ବେକରେ ମାଳ ହୋଇ ଶୋଭା ପାଇବାକୁ।
