ଶ୍ରୀଗୁରୁ
ଶ୍ରୀଗୁରୁ
ଗୁରୁଙ୍କ ମହିମା ଅଟେ ଅପାର
ଜୀବନ ନାଆକୁ କରନ୍ତି ପାର
ଗୁରୁ ଯେ ଅଟନ୍ତି ଚଳନ୍ତି ଦିଅଁ
ଦିଶିଯାଏ ସତେ ଗୋବିନ୍ଦ ମୁହଁ ।।
ବିପଥଗାମୀକୁ ଦେଖାନ୍ତି ମାର୍ଗ
ତାଙ୍କ ପାଦତଳେ ମିଳଇ ସ୍ବର୍ଗ
ଜୀବନକୁ କରି ସେ ଆଲୋକିତ
ଚାହାନ୍ତି ସଦା ଯେ ଶିଷ୍ୟର ହିତ ।।
ଭକତି ମନରେ ପ୍ରଣତି ଢ଼ାଳି
ଗୁରୁଙ୍କ ପାଖରେ କରୁଛୁ ଅଳି
ହେ ଗୁରୁ ତୁମେ ମଙ୍ଗଳମୟ
ତୁମ ଶ୍ରୀପୟରେ ଆମରି ଲୟ ।।
ଗୁରୁଙ୍କ ଆସନ ସର୍ବାଗେ ଉଚ୍ଚ
ଦେଖନ୍ତିନି ଗୁରୁ ଉଚ୍ଚ କି ନୀଚ
ଗୁରୁଙ୍କ ଆଶିଷ ଥିଲେ ମଥାରେ
ସବୁ ଦୁଃଖ ଶୋକ ମୁହୂର୍ତ୍ତେ ସରେ ।।