Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମୁକ୍ତିରାଣୀ ଦେବତା

Others

4  

ମୁକ୍ତିରାଣୀ ଦେବତା

Others

ଅବ୍ୟକ୍ତ ଭାବ

ଅବ୍ୟକ୍ତ ଭାବ

1 min
350



ଅବ୍ୟକ୍ତ ବେଦନା ଅଦେଖା ବ୍ୟଥା

ବାକିରହେ କିଛି ଅକୁହା କଥା 

ଅସୁମାରୀ ସ୍ବପ୍ନ ନୟନେ ରଖି

ଭଗ୍ନ ହୃଦୟ ମୋ ହେଉଛି ଦୁଃଖୀ ।। 


ଲକ୍ଷ୍ୟପଥ ଲାଗେ ଅନେକ ଦୂର

ଭବିଷ୍ଯ ଚିନ୍ତାରେ ଲାଗଇ ଡ଼ର  

ଅସ୍ପଷ୍ଟ ଦିଶଇ ଗନ୍ତବ୍ଯ ପଥ

ବଦଳିଯାଏ ମୋ ନିଜସ୍ବ ମତ ।। 


ସଂଘର୍ଷତାମୟ ଜୀବନ ନାଟ

କଣ୍ଟକିତମୟ ଲାଗୁଛି ବାଟ

ସଫଳତା ସତେ ଫେରାଏ ମୁହଁ

ବୁକୁରେ ସାଇତା ଅଜସ୍ର କୋହ ।।


ଆଶାର ପ୍ରଦୀପ ହେଉଛି କ୍ଷୀଣ

ଚୂର୍ଣ୍ଣ ହୁଏ ଯେତେ ଦାମ୍ଭିକ ପଣ 

ବିଶ୍ବାସର ରଜ୍ଜୁ ଶିଥିଳ ହୁଏ 

ଅବିଶ୍ବାସ ଯେବେ ମନକୁ ଛୁଏଁ ।। 


ଜଗତ ଦିଶଇ ନୈରାଶ୍ୟମୟ 

ଏକାଗ୍ରତା ମୋର ହେଉଛି କ୍ଷୟ

ଉଦବେଳିତ ହୁଏ ଆଜି ଏ ମନ

ନିରସ ଲାଗଇ ସ୍ବର୍ଣ୍ଣିମ ଦିନ ।। 


      


Rate this content
Log in