STORYMIRROR

ମୁକ୍ତିରାଣୀ ଦେବତା

Comedy

3  

ମୁକ୍ତିରାଣୀ ଦେବତା

Comedy

ଜୀବନ ନାଟ

ଜୀବନ ନାଟ

1 min
181


ଚାଲିଛି ସମାଜେ ଏ କି ନାଟ

ଭୋକରେ ଜଳୁଛି ଗରିବ ପେଟ

ନିରୀହା ମାଆଟି ବିକଇ ଛୁଆ

ଗରିବୀରୁ ଏଠି ମିଳୁନି ରାହା ।। 


ନାରୀ ନିର୍ଯ୍ୟାତନା ଯାଉଛି ବଢ଼ି

ଅତ୍ୟାଚାରୀ ଜନ ପକାନ୍ତି ରଡ଼ି 

ନେତାଏ ମାରନ୍ତି ଭାଷଣ ବାଜି

ଭଦ୍ରଲୋକ ପରି ଦିଶନ୍ତି ଆଜି ।।


ମୋବାଇଲ ନିଶା ସାଜିଛି କାଳ

ଲାଇକ୍ କମେଣ୍ଟ କରିଛି ଭୋଳ 

ଧନୀର ମୁଖରେ ଫୁଟଇ ହସ

ଗରିବ ଖାଉଛି ନିଇତି ବିଷ  ।। 


ଜରାଶ୍ରମେ ଦେଖ ବଢୁଛି ଭିଡ଼

ସନ୍ତାନ ଛିଡ଼ାଏ ସମ୍ପର୍କ ନୀଡ଼ 

ଦେହର କ୍ଷୁଧାକୁ ମେଣ୍ଟାଇ ଦେଇ

କଅଁଳ କଢ଼ିଟି ଯାଇଛି ଶୋଇ ।। 


ଘୋଷା ବଳଦ ଯେ ସାଜନ୍ତି ଶିଶୁ

ମୁଣ୍ଡରେ ପଛକେ କିଛି ନ ପଶୁ

ହ୍ରାସପାଏ ପୁଣି ଶିକ୍ଷାର ମାନ

ବିଦ୍ୟାର୍ଥୀ ନ ପାଏ ଅସଲ ଜ୍ଞାନ ।। 


ଜୀବହତ୍ୟା କରେ ମଣିଷ ଆଜି

ବିବେକ ବିଚାର ଗଲାଣି ହଜି 

ମଦର ନିଶାରେ ବୁଡ଼ଇ ନର

ଭାଙ୍ଗିଦିଏ ନିଜ ସୁନାର ଘର ।। 


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy