STORYMIRROR

Dr. Rajib Lochan Panigrahy

Comedy Romance Classics

3  

Dr. Rajib Lochan Panigrahy

Comedy Romance Classics

ଶ୍ରାବଣର ପ୍ରୀତିସ୍ବର୍ଶ

ଶ୍ରାବଣର ପ୍ରୀତିସ୍ବର୍ଶ

1 min
124

ସରିଲେ ଶ୍ରାବଣ ଆସଇ

ଧାରା ବରସାର ବେଳ

ଧାରା ଶ୍ରାବଣ କୁ ଚାଷୀ ଚାହିଁଥାଏ

ଚାଷ ତା ହୋଇବ ଭଲ

ଶ୍ରାବଣ ବର୍ଷାରେ ନୁଆଁ ପାଣି ସ୍ରୋତେ

ନଈ ନାଳ ହୁଏ ଉଚ୍ଚଳ

ଉଛୁଳା ଜଳରେ ଖେଳନ୍ତି ମୀନ

ଉଚ୍ଚାଟ କରି ମନ

କଳା ମେଘ ଦେଖି ଆକାଶେ

ମୟୁର ଖେଳେ ମେଲାଇ ପୂଛ

ଗଛ ମାନେ ଦିଶନ୍ତି ଚିରହିରିତ

କରି ମନ ଛନ୍ନ ଛନ୍ନ

କାଉଡିଆ ମାନେ ନୁଆଁ ଜଳ ବୋହି

ଯାଆନ୍ତି ଶିବ ମନ୍ଦିର

ସେହି ଜଳ ରେ କରି ଅଭିଷେକ

ପୁରନ୍ତି ନିଜ ମାନସିକ

ଚାଷୀ ଭାଇଟା ଗାଉଛି ଗୀତ

ଧାନ କ୍ଷେତରେ ରହି

ବେଙ୍ଗ ବେଙ୍ଗୁଲି ହୁଅନ୍ତି ବିଭା

କେଁ କଟର କରି

ଗଗନ ପବନ କମ୍ପି ଉଠେ

ଓଁ ନମଃ ଶିବାୟ ଧ୍ୱନିରେ

ନାନା ଜାତି ଫୁଲି ଫୁଟି ଧରେ

ଅତୀବ ସୁନ୍ଦର ଦିଶେ

ଫୁଲକୁ ଫୁଲ ଉଡି ବୁଲନ୍ତି

ରଙ୍ଗ ବେରଙ୍ଗ ପ୍ରଜାପତି

କାଉ କୋଇଲି ଲୁଚି ଯାଆନ୍ତି

ଶ୍ରାବଣ ଝଡି ଦେଖି

ଶ୍ରାବଣର ପ୍ରୀତିସ୍ବର୍ଶ ପାଇ 

ଚାଷୀ ଭାଇ ବୁଲେ ବିଲେ

ବରଷା ଧାରାକୁ ଖାତିର ନ କରି

ଶିବ ମଥାରେ କାଉଡିଆ ଜଳ ଢାଳେ

ରାଜସ୍ଫଳା ଧରଣୀ ପୁଲକିତ ଲାଗେ

ଗ୍ରୀଷମ ଦାଉରୁ ମଣିଷ ନିସ୍ତାର ପାଏ

ଗରମ ମୁଢି ଅବା ଗରମ ପକୁଡି

ଭାରି ସୁଆଦିଆ ଲାଗେ 

ଶ୍ରାବଣର ପ୍ରୀତି ସ୍ବର୍ଶ

ଭରି ମନୋରମ ଲାଗେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy