STORYMIRROR

Kalandi pal

Comedy

3  

Kalandi pal

Comedy

ମୋ ଭରିଯା

ମୋ ଭରିଯା

1 min
162


ଭାରି ଯାନ ଠାରୁ ବଳି ମୋ ଭାରିଯା

    ସତେକି ଗୁଣ୍ଠୁଣି ହାତୀ

ପହୁଡ଼ ପକାଇ   ଚାଲି ଯାଉଥିଲେ

    ଥରଇ ମେଦିନୀ ଛାତି

    ଓଲଟା ତା ରୀତି ନୀତି

କେଉଁ ଦରବରେ  ଗଢିଛି ବିଧାତା

     ଲାଗିପଡି ଦିନ ରାତି ।।


ଲମ୍ବାରେ ନ ବଢେ ଚଉଡାରେ ବଢେ

    ଜାଣେନି କେଉଁଠି ଇତି

ସେଥିପାଇଁ କେବେ ଦ୍ଵାର ବନ୍ଧ ସାଥେ

    ପଡେ ନାହିଁ ତାର ଯତି

    ଏ ସନ ବଢେଇ ଡାକି

କରିଛି ଦୁଆର     ଚଉଡା ଏଥର

    ଯିବ ମୋ ଗୁଣ୍ଠୁଣୀ ହାତୀ ।।


ସାୟା ବ୍ଲାଉଜ ତ କାହିଁ କେତେ ଦୂର

    ମାପିବାକୁ ନାହିଁ ଫେତି

ଖାଇବାରେ ତାର   ଅଧିକ ନଜର

    ଯାହା ପାଏ ଦିଏ ଠୁକି

    ନ ହେଲେ ବିଗିଡେ ମତି 

ଘରଟା ଯାକର   କାମ କରି କରି

    ପତିରୁ ହେଲେଣି ଗୋତି ।।


ପୁନିଅଁ ପରବ   ପାଳେ ନାହିଁ ସିଏ 

    ଦେଖେ ନାହିଁ ବାର ତିଥି

ଖାଏ ନାହିଁ ଦିନେ ମାଛ ମାଂସ ଵିନେ 

    ମାଡ଼ୁଛି କୁଆଡେ ବାନ୍ତି

    ମାଛ ମାଂସେ ମନ ଶାନ୍ତି

ନୋହିଲେ ଘଡିକେ ଘରଟି ଦୁଲୁକେ

   କରିଦେଲେ ଗୋଟେ ପାଟି ।।


ଭାଗ୍ୟରେ ଥିଲେଟି   ଏଭଳି ସ୍ତିରିଟି 

     ପୁଣ୍ୟ ବଳେ ଯୁଟି ଯାନ୍ତି

ଲୁଗା ଧୋଉଥିବ    ଗୁଣ ଗାଉଥିବ

     କାମେ ହେଉଥିବ ଘାଣ୍ଟି

     ଅବିରତ ଦିନ   ରାତି

ଭାଗ୍ୟକୁ ଆଦରି  ସ୍ତ୍ରିରୀ ସେବା କରି

     ପାଉଥିବ ମନେ ଶାନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy