STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କଳି‌ ରାହାସ‌

କଳି‌ ରାହାସ‌

1 min
194


    (ରମ୍ୟ ରଚନା)

ଆମ ଗାଆଁର ଘଟଣା ଶୁଣ

   ହେ ପ୍ରିୟ ଶୁଦ୍ଧି ଜନ,

ରଙ୍ଗିଆ‌ ଦାଦି ରଙ୍ଗ ନାନୀଙ୍କ

   ପିରତୀ‌ ଉପାଖ୍ୟାନ।

ମଗା ଦାଦିକୁ ନିରୀହ ଜାଣି

   ଚତୁରୀ ରଙ୍ଗ ନାନୀ,

ରଙ୍ଗିଆ‌ ସାଙ୍ଗେ ଚୋରା ପିରତୀ

   କରେ ସେ ଜାଣିଶୁଣି।

ଅଧାବୟସ ପିରତୀ ମଜା

   ଯୁବା ବୟସେ ନାହିଁ,

ତେଣୁ ଏ ଦୁହେଁ ଦୁହିଁଙ୍କୁ କେବେ

   ଛାଡି ପାରନ୍ତି ନାହିଁ।

ରଙ୍ଗିଆ‌ ରଙ୍ଗବତୀ ଏ ଦୁହେଁ

   ଯୋଜନା ଦିନେ କଲେ,

ଚିତ୍ରାଳୟରୁ ରାଧାକୃଷ୍ଣଙ୍କ

   ପୋଷାକ ମଗେଇଲେ‌।

ପୋଷାକ ପିନ୍ଧି ପାଦକୁ ଛନ୍ଦି

   ବ‌ଇଁଶୀ ହାତେ ଧରି,

ରଙ୍ଗିଆ‌ କୃଷ୍ଣ ବେଶ ହୋଇଛି

   ରଙ୍ଗ ରାଇସୁନ୍ଦରୀ।

ଯୁଗଳ ମୂର୍ତ୍ତି ହୋଇ କହନ୍ତି

    ଆମେ ତ ରାଧାକୃଷ୍ଣ,

ପ୍ରସନ୍ନ ହୋଇ ହୁକୁମୁ‌ ଦେବୁ

    ହରିବୁ ଭକ୍ତ କଷ୍ଟ।

ଲୋକଙ୍କ ଭିଡ଼ ଜମିଲା‌ ଜାଣ

    ଗାଆଁ ଚାନ୍ଦିନୀ ପାଖେ,

ହୁକୁମୁ‌ ଦେଲେ ରଙ୍ଗିଆ‌ ରଙ୍ଗ

    ରାଧାକୃଷ୍ଣଙ୍କ ବେଶେ‌।

ଦାନ ଦକ୍ଷିଣା କଦଳୀ‌ ପଣା

    ପ୍ରତ୍ୟେକ ଦିନ ମିଳେ,

ଭଲ ରକମ‌ ଦୁହିଁଙ୍କ ପ୍ରେମ‌

    ଗାଆଁରେ ନିତି ଚାଲେ‌।

ଏସବୁ ଦେଖି ଆମରି ଆଖି

    ଆଉ ସହିଲା ନାହିଁ,

କେମିତି ରାସ ଲୀଳା ଭାଙ୍ଗିବୁ

   ଯୋଜନା କଲୁ ତହିଁ।

ଆମେ ବି ଶିବ ହନୁମାନଙ୍କ

   ପୋଷାକ ମଗେଇଲୁ‌,

କୁନାକୁ ଶିବ ବୁଲୁକୁ‌ ପୁଣି

   ହନୁମାନ ଯେ କଲୁ।

ଶିବଙ୍କ ହାତେ ତ୍ରିଶୂଳ ଶୋଭା

    ହନୁମାନଙ୍କ ଗଦା,

କୀର୍ତ୍ତନ ସାଙ୍ଗେ ଶିବ ତାଣ୍ଡବ 

    ହନୁଙ୍କ‌ ଡିଆଁ କୁଦା।

ପହଞ୍ଚି ଗଲୁ ରାଧାକୃଷ୍ଣଙ୍କ

    ଯୁଗଳ ମୂର୍ତ୍ତି ପାଶେ,

ରଙ୍ଗିଆ‌ ରଙ୍ଗନାନୀ‌ ମନରେ

   ଦେଖି ଛନକା ପଶେ।

ଶିବ ଓ ହନୁମାନ କହନ୍ତି

   ଦେଖ ଆମରି ବେଶ,

ସ୍ଵୟଂ ଶଙ୍କର ଓ ମହାବୀର

   ଆମଠି‌ଁ ପରବେଶ‌।

କରିଛୁ ପଣ ଏ ରାସ ପ୍ରେମ

   କରେଇ ଦେବୁ ନାହିଁ,

ଏତିକି କହି ଗଦା ଉଠେଇ‌

   ହନୁ ପିଟିଲେ ଯାଇ।

ହାଇ ସ୍ପିଡ୍‌ରେ ଉଠିଲା ଯେବେ

    ତ୍ରିଶୂଳ ଶିବଙ୍କର ,

ରଙ୍ଗ ରଙ୍ଗିଆ‌ ଯୁଗଳ ମୂର୍ତ୍ତି

    ଭାଙ୍ଗିଲା ତତକାଳ।

ଜୀବନ ନେଇ ଦ‌ଉଡୁଛନ୍ତି‌

    ରଙ୍ଗିଆ‌ ରଙ୍ଗ ନାନୀ‌,

ହନୁ ଓ ଶିବ ବେତ ପାହାର

    ଚଢାନ୍ତି‌ ମନ ଜାଣି।

ସେହି ଦିନରୁ ଆମ ଗାଆଁରେ

    ଆଉ ହୁକୁମୁ‌ ନାହିଁ,

ଏ ପରକିୟା‌ ପ୍ରୀତି ପ୍ରେମ ଯାତରା‌

    ଯାଇଛି ଦୂର ହୋଇ।

ଅନ୍ଧ ବିଶ୍ବାସ କି କୁସଂସ୍କାର

    ମନରୁ ଦୂର କର,

ମୂର୍ଖ ଅପର୍ତ୍ତି ଯାହା ଶୁଣିଛି

    କର୍ମଟି ହେଲା ବଡ଼।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy