Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Comedy Tragedy

3  

Nrusingha Narayan Tripathy

Comedy Tragedy

ଶରତ ଆସିଛି ସରାଗ ନେଇ

ଶରତ ଆସିଛି ସରାଗ ନେଇ

1 min
172



ଶରତ ଆସିଛି ସରାଗ ନେଇ

ନିର୍ମଳ ଦିଶୁଛି ଶୋଭା ବଢାଇ

କଥାରେ କହୁଛି ଅନ୍ତରେ ନାହିଁ

ବର୍ଷା ପରେ ଗ୍ରୀଷ୍ମ ଧରାରେ ବହି l


ହନ୍ତସନ୍ତ ହେଉ ବଢୁଛି ତାପ

ଆନନ୍ଦ ହଜିଛି ମନରେ କୋପ

ଆଉ ଦେଖା ନାହିଁ ସେକାଳ ପାଗ

ଶରତେ କୁହୁଡି ଋତୁରେ ଦାଗ l


ସରାଗ ଆସୁଛି ପର୍ବରେ ମାତି

ବାଜା ବାଣ ମାରୁ ଥରାଇ ଛାତି

ମନେ ଭକ୍ତି ନାହିଁ ଖାଲି ଫେସନ

ଶକ୍ତି ରାଗୁଛନ୍ତି ଗୁଣ ଜାଣିନ l


କାଶତଣ୍ଡି ଫୁଲ ପବନେ ହଲି

ବିଦ୍ରୁପ କରୁଛି ଦର୍ଶକ ଭଳି

ସଚେତନ ହୁଅ ମଣିଷ ଭାଇ

ପ୍ରକୃତି ସୁରକ୍ଷା ମୁଣ୍ଡରେ ନେଇ l


ଯୁଦ୍ଧ ରାଗ ହିଂସା ହୋଇ ବିସ୍ତାର

ଶରତେ ବିପଦ ଯେ ହମାସର

ପଡୁଅଛି ବୋମା ତୁହାକୁ ତୁହା

କେହି କରୁନାହିଁ ମନରେ ଆହା l


ଆତଙ୍କ ବାଦୀ ଏ ଭାରି ନିଷ୍ଠୁର

ହତ୍ୟା କରେ ନର ନାହିଁ ଦୟାର

ଫଳ ଭୋଗୁଛନ୍ତି ନିରୀହ ନର

ଶରତେ କଷଣ ଯେ ପୃଥିବୀର l


Rate this content
Log in

Similar oriya poem from Comedy