STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

କିଏ କାହାର

କିଏ କାହାର

1 min
249


ଶେଷହେବ ଯେବେ ଜୀବନ ଖେଳ

ନଥିବ ପାଖରେ ଘଡ଼ିଏ ବେଳ

ସରିଯିବ ମୋର ହାଟ ସଉଦା

କିଣାବିକା ସାରି ହେବି ମୁଁ ବିଦା ।। 


ଯେବେ ଏ ଶରୀର ହୋଇବ ଦାହ

ତୁଟିଯିବ ସବୁ ସମ୍ପର୍କ ମୋହ 

ପୁଅ ଅଟେ ମୋର ଗଳାର ମାଳି

ବୁଢ଼ାକାଳେ ନିତି ଦେଉଛି ଗାଳି ।।


ଝିଅ ତ ମୋହର ସୁବର୍ଣ୍ଣ ମଣି

କଟୁ ବଚନରେ ଦେଉଛି ହାଣି  

ଯୌତୁକ ଦେଇ କରିଲି ବିଦା

ବିଦା ହୋଇସାରି କରୁଛି ନିନ୍ଦା ।। 


ପୁଅ ବାହାକରି ଆଣିଲି ବୋହୂ

କଥାରୁ ତାହାର ଝରିଲା ମହୁ

ବଦଳିଗଲା ତା' ଯେତେକ ଢ଼ଙ୍ଗ

ଏଣ୍ଡୁଅ ପରିକା ଦେଖାଏ ରଙ୍ଗ ।। 


ନାତି ନାତୁଣୀଙ୍କୁ ମୁଣ୍ଡାଉଥିଲି 

କାଖ କରି କେତେ ବୁଲାଉଥିଲି

ନିଜ ରାସ୍ତା ନିଜେ ବାଛିଲେ ସିଏ

ଭୁଲିଗଲେ ଏଇ ବୁଢ଼ାଟି କିଏ ।। 


ଘରଣୀଟି ମୋର ନୟନ ତାରା

ରୋଗ ଯନ୍ତ୍ରଣାରେ ନ ଦିଏ ଧରା 

ଶରୀରଟି ଯେବେ ଅକ୍ଷମ ହେଲା 

ଘୃଣା ନଜରରେ ମୋତେ ଚାହିଁଲା ।। 


ଦୁନିଆଁରେ ଏଠି କିଏ କାହାର 

ଆଜି ଯେ ନିଜର କାଲି ସେ ପର

ସାଥୀ ଅଟେ ଏକା ନିଜର କର୍ମ

ଅରଜି ଚାଲରେ ଜଗତେ ଧର୍ମ ।। 


          


Rate this content
Log in

Similar oriya poem from Inspirational