ଏଇ ବୋଧେ ଆମ ଦେଶପ୍ରୀତି
ଏଇ ବୋଧେ ଆମ ଦେଶପ୍ରୀତି
ଭାରତ ମାତାର ସନ୍ତାନ ବୋଲିକି
ଦେଖାଇ ହେଉଛୁ ସଦା
ବିଦେଶୀ ମୋହରେ ପାଗଳ ସାଜିକି
କରୁଛୁ ମାଆକୁ ନିନ୍ଦା ।।
ଜାତିଜାତି ମଧ୍ୟେ ରକ୍ତପାତ କରି
ହୋଇଛୁ ଯେ ଦେଶଦ୍ରୋହୀ
କେତେ ପୁଣି ବୀର ପ୍ରାଣଦେଇଛନ୍ତି
ଏଇ ମାତୃଭୂମି ପାଇଁ ।।
ଘୃଣା ବିଦ୍ୱେଷର ବହ୍ନିକୁ ଲଗାଇ
ଦେଶକୁ କରିଛୁ ଭାଗ
କୁଳାଙ୍ଗାର ସାଜି ମାଆର ଦେହରେ
ବୋଳୁଛୁ କଳଙ୍କଦାଗ ।।
ଭାରତ ମାତାର ଅଶ୍ରୁ ପୋଛିବାକୁ
କେହି ତ ଜଣେବି ନାହି
ମାଆର ଦୁଃଖକୁ ବୁଝିବା ପାଇଁକି
ହୃଦୟ ଆମର କାହିଁ ।।
ଗାନ୍ଧୀ ଗୋପବନ୍ଧୁ ସରଗେ ରହିକି
ଭାବୁଥାନ୍ତି ଆମ କଥା
କଳାକାରନାମା ଦେଖିକି ଆମର
ଘୁରିଯାଏ ତାଙ୍କ ମଥା ।।