STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ଏଇ ବୋଧେ ଆମ ଦେଶପ୍ରୀତି

ଏଇ ବୋଧେ ଆମ ଦେଶପ୍ରୀତି

1 min
247


ଭାରତ ମାତାର ସନ୍ତାନ ବୋଲିକି

ଦେଖାଇ ହେଉଛୁ ସଦା

ବିଦେଶୀ ମୋହରେ ପାଗଳ ସାଜିକି

କରୁଛୁ ମାଆକୁ ନିନ୍ଦା ।।


ଜାତିଜାତି ମଧ୍ୟେ ରକ୍ତପାତ କରି

ହୋଇଛୁ ଯେ ଦେଶଦ୍ରୋହୀ

କେତେ ପୁଣି ବୀର ପ୍ରାଣଦେଇଛନ୍ତି

ଏଇ ମାତୃଭୂମି ପାଇଁ ।।


ଘୃଣା ବିଦ୍ୱେଷର ବହ୍ନିକୁ ଲଗାଇ

ଦେଶକୁ କରିଛୁ ଭାଗ

କୁଳାଙ୍ଗାର ସାଜି ମାଆର ଦେହରେ

ବୋଳୁଛୁ କଳଙ୍କଦାଗ ।।


ଭାରତ ମାତାର ଅଶ୍ରୁ ପୋଛିବାକୁ

କେହି ତ ଜଣେବି ନାହି

ମାଆର ଦୁଃଖକୁ ବୁଝିବା ପାଇଁକି 

ହୃଦୟ ଆମର କାହିଁ ।।


ଗାନ୍ଧୀ ଗୋପବନ୍ଧୁ ସରଗେ ରହିକି 

ଭାବୁଥାନ୍ତି ଆମ କଥା

କଳାକାରନାମା ଦେଖିକି ଆମର

ଘୁରିଯାଏ ତାଙ୍କ ମଥା ।।


Rate this content
Log in

Similar oriya poem from Inspirational