Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ସରଳ ଭାଷାରେ ଉନ୍ନତ ଚିନ୍ତା

ସରଳ ଭାଷାରେ ଉନ୍ନତ ଚିନ୍ତା

1 min
166



ରୁଚୁ ନ ରୁଚୁ ଖାଅ ଯେବେ ପିତା

ଡାଇବେଟିସ୍ ର ନଥିବ ତ ଚିନ୍ତା |୧|


ସମୟାନୁବର୍ତ୍ତିତା ଏକ ମହତ ଗୁଣ

ଖେଳିଯାଏ ମଲ୍ଲିଫୁଲ ପରି ତା ସୁଗୁଣ |୨|


ସମୟାନୁବର୍ତ୍ତିତାର କଲେ ପ୍ରୟୋଗ 

ଲାଭ ଅସୁମାରୀ, ହୁଏ ସୁଖ ଭୋଗ |୩|


ଥିଲେ ଥାଉ ପଛେ ଗୁଣ ହଜାର

ଚରିତ୍ର ନଥିଲେ ତ ସବୁ ଅସାର |୪|


ଚରିତ୍ରରେ ରହେ ଶୃଙ୍ଖଳା ସଂଯମତା

ପ୍ରକାଶ ହୁଏ ଆଚରଣରେ ସୁନ୍ଦରତା |୫|


ଅଭ୍ୟାସ କେବଳ ସ୍ଵଛ କରେ ଚରିତ୍ରକୁ 

ସୁସ୍ଥ ଓ ସତେଜ ରଖେ ମଧ୍ୟ ଶରୀରକୁ |୬|


ଜୀବନେ କରି ଯାଉଥିବ ଖାଲି ଅୟସ

ସରି ସୁଖ ପଉଷ, ପିଟିବ ଦୁର୍ଦ୍ଦିନ ବତାସ |୭|


ପଥବଣା ପଥିକ ତିମିରିତ ତା'ର ପଥ

ବ୍ୟର୍ଥତାରେ ମନୋରଥ ହୁଏ ତ ଅଶାନ୍ତ |୮|


ଶରୀର ହେବ ଦିନେ ଶିଥିଳ ଅବଶ

କିଆଁ ମନେ ଭାବିବ ତୁମେ ଏକା ପୁରୁଷ |୯|


ଶରୀରରୁ ଝୁଲି ପଡିଥିବା ତୁମ ମାଉଁସ

ଦିନେ ଝୁଣି ଖାଇଯିବେ ଶାଗୁଣା ଓ ବାୟସ |୧୦|


ଶ୍ରମିକ ଦେଇପାରେନି ହୀରା ମୋତି ମାଣିକ

ଶ୍ରମରେ ଦୂର କରିଦିଏ ସଂସାର ଯାକର ଦୁଃଖ |୧୧|


ଘୋଟିଗଲେ ମଣିଷେ ଅଜ୍ଞାନର ତମସ

ତୁଟି ଯାଏ ମନୁ ସ୍ୱଚ୍ଛତାର ଦମ୍ଭ ପୌରୁଷ |୧୨|


ଆଜ ମୋ ‌ହୃଦୟରୁ ତୁମ ପାଇଁ ଏ କବିତା

ଧନ ସମ୍ପତ୍ତି ଦେଇ ପାରୁନି, ଦିଏ ବାରତା |୧୩|


ଯେବେ ବୁଝିଯିବ ମୋ ବାରତାର ମୂଲ୍ୟ

ନିଶ୍ଚିତ ନିଜ ଜୀବନକୁ ଭାବିବି ଧନ୍ୟ |୧୪|



Rate this content
Log in

Similar oriya poem from Inspirational