ସ୍ପଷ୍ଟବାଦୀ
ସ୍ପଷ୍ଟବାଦୀ


କରୁଣାମୟ ହେ କରୁଣାରେ ତବ
କହିବା ମୁଁ ଶିଖିଅଛି,
ତବ ସୃଷ୍ଟିରେ ମୁଁ ଏ ଧରା ଧାମରେ
ଅଭିନୟ କରୁଅଛି,
କେବେ ମାଗି ନାହିଁ କିଛି
ଅଭିନୟ ମୋର ନିଛକ ହୋଇଲେ
ଆତ୍ମା ସନ୍ତୋଷ କରୁଛି ।।
ଏ ମାୟା ସଂସାର ଆହେ ମାୟାଧର
ତବ ଇଙ୍ଗିତେ ଚାଲଇ,
ଉଠାଣି ଗଡାଣି ପଥଧାରେ ନିତି
କ୍ଷତବିକ୍ଷତ ହୁଅଇ,
ନିରନ୍ତରେ ଚାଲିଥାଇ
ସତ୍ୟଧର୍ମ ବିନୁ ଅସତ୍ୟ ଅନ୍ୟାୟେ
କେବେ ଦିନେ ଚାଲି ନାହିଁ ।।
ଧରମ ଦାଣ୍ଡରେ ଦିନ ଦ୍ବିପ୍ରହରେ
ଦେଖ କି ଲୀଳା ଚାଲଇ,
ସତ୍ୟବାଦୀ ଆଉ ସ୍ପଷ୍ଟବାଦୀ ଏଠି
ହୁତୁହୁତୁ ଜଳୁଥାଇ,
ଭୁଲ ତା କେ ନ ଜାଣଇ
ନିର୍ଭୀକତାର ସହ ସତ୍ୟ କହିଛି
ଦଣ୍ଡ କିଆଁ ପାଏ ସେହି ।।
ରଙ୍ଗମଖା ମୁଖ ସଭିଙ୍କୁ ସୁନ୍ଦର
ନିରୋଳା ମୁହଁଟି ଯା'ର,
ଗୋଳିଆ ଜଳ କି ସଭିଙ୍କର ପ୍ରିୟ
ପାଏ ସବୁରି ଆଦର,
ନାହିଁ କି ଧର୍ମ ବିଚାର
ପଛକୁ ଫେରନ୍ତି ସଭିଏଁ ଯେଉଁଠି
ନିରୋଳାଟି ଆଗଭର ।।
ନିସ୍ବାର୍ଥ ଭାବରେ କର୍ମେ ରତ ହୋଇ
ନିଷ୍କାମୀ ମନ ଯାହାର,
ସତ୍ୟ କହେ ନିର୍ଭୟରେ ସର୍ବ ଆଗେ
ନ ଥାଏ ଖାଦ ଯହିଁର,
କି ଥାଏ ତା ପୁରସ୍କାର
ସବୁଠି ତାହାକୁ ଅନାଦର ହୁଏ
ଏହି କି ସତ୍ୟ ବିଚାର ।।
ଅନେକ ତପସ୍ୟା ପରେ ଏ ଜୀବନ
ପାଇଛି ମୁହିଁ ଧରାରେ,
ସାଧୁସଙ୍ଗ ଲାଭ ଉପଦେଶ ମାନି
ରହି ଦୈବୀ ସମ୍ପଦରେ,
ରହି ଗୁଣୀଜନଙ୍କ ମେଳରେ
ନାମ ଜପୁଥିବି ରୂପ ଦେଖୁଥିବି
ଚିତ୍ତ ତବ ଚରଣରେ ।
ସତ୍ୟବାଦୀ ସ୍ପଷ୍ଟବାଦୀ ପଣିଆରେ