Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
165



ଉତ୍କଳ ନାରୀ     ସଂସ୍କୃତି ଭୁଲି

     ହେଲ ବିପଥଗାମୀ

ରକ୍ଷଣ ଶିଳ       ହିନ୍ଦୁର କୁଳ

     ବଧୂ କୁଳର ଲକ୍ଷ୍ମୀ ।


କୁଳ ଭୂଷଣ       କୁଳ ସମ୍ମାନ

     ଆଚାର ବ୍ୟବହାର

ସେଇଟା ଆଜି     ଯାଇଛି ହଜି

     ଶୋଭା ପାଉନି ଘର ।


ପିନ୍ଧୁନ ଶାଢ଼ୀ      ପିନ୍ଧୁନ ଚୁଡ଼ି

    ନାହିଁ ସିନ୍ଦୂର ଟୋପା

ନାହିଁ ଓଢ଼ଣୀ      ମଧୁର ବାଣୀ

    ଚାଲିଟା ଦୁଇ ଖେପା ।


ଲଜ୍ୟା ସରମ     ହେଲା ସପନ

     ନାରୀର ଅଳଙ୍କାର

ନାରୀ ସଶସ୍ତ୍ରି     କରଣେ ମାତି

     ବୁଲୁଛ ବାର ଦ୍ଵାର ।


ସ୍ୱାମୀକୁ କର       ଚଉକିଦାର

     ଜଗି ରହିଥା ଘର

ପିଲା କାନ୍ଦିଲେ   ବୋତଲ କ୍ଷୀରେ 

    ମେଣ୍ଟା ଭୋକଟି ତାର ।


ଶାଶୁ ଶ୍ୱଶୁର         ନାହିଁ ବିଚାର

    ସ୍କୁଟିରେ ବୁଲ ନିତି

ସଭା ସମିତି       ନିତି ଡାକନ୍ତି

     ବନି ଗଲଣ ନେତ୍ରୀ ।


ଚାକିରି କଲ      ବେପାର କଲ

    କରିଲ ରାଜନୀତି

ସୀମା ଭିତରେ     ସବୁ ରହିଲେ

    ମିଳିବ ଟିକେ ଶାନ୍ତି ।




Rate this content
Log in

Similar oriya poem from Inspirational