ସଉକ ପଣରେ
ସଉକ ପଣରେ
ସଉକ ପଣରେ ନାହିଁ କେ ଜଣେ ରେ
ତୋ ପରି ଠାକୁରଟିଏ
ନାହିଁ ପାଦ ପାଣି ତ୍ରିଭୁବନେ ପୁଣି
ଅଇଶ୍ୱର୍ଯ୍ୟ ଭୋଗୁ ଥାଏ
ସାଥେ, ଭାଇ ଓ ଭଉଣୀ ଟିଏ ।
ସୃଷ୍ଟିଟା ଯାକର ଯେତେ ବାସ ଫୁଲ
ତା ପାଦରେ ଗଦା ହୁଏ
ଭକତ ହାତର ଗୁନ୍ଥା ତୁଳସୀର
ମାଳ ସଦା ଲମ୍ବି ଥାଏ
କେତେ ନୀତି ସଞ୍ଜା ନାନା ବେଶ ଖଞ୍ଜା
ନିତି ସେ ଦେଖେଇ ହୁଏ ।
ଷାଠିଏ ପଉଟି ଭୋଗ ନିତି ବାଣ୍ଟି
ମନରେ ପାଏ ଆନନ୍ଦ
ମହଣ ମହଣ ସୁନାର ଗହଣା
ପିନ୍ଧି ଦିଶେ ନାରୀଟିଏ
ନିତି ଲକ୍ଷ ଲକ୍ଷ ଭକତ ମେଳରେ
ଦିନ ରାତି କାଟୁ ଥାଏ ।