Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

କାହିଁକି ଏମିତି !

କାହିଁକି ଏମିତି !

2 mins
5


ଏମିତି କିଏ କହିଲା

କାହିଁକି କହିଲା !


ଝିଅଟିଏ ତୁ ମାଟି ହାଣ୍ଡି

ଭାଙ୍ଗି ଗଲେ ହେବୁ ଖପରା

ପୁଅଟିଏ ତୁ ପିତଳ ଗରା

ମାଜି ମୁଜିଦେଲେ ଚିକ ଚିକ ଦିଶିବୁ ପରା !


ପୁଅଟିଏ ତୋର ବୟସ କଣ ?

ଯେତେ ବୟସ ହେଲେବି ବୁଢା ନୋହିଁ

ଝିଅଟିଏ ତୁ ତିରିଶି ଡେଇଁଲେ 

ସମାଜ କହିବ ବୁଢ଼ୀ ଗଲୁଣି ହୋଇ !!


ଦିଓଟି ଛୁଆର ମାଆ ହେଲେ ଝିଅ

ସଉକ ସରାଗ ସବୁ ଗଲା

ଯେତୋଟି ଛୁଆର ବାପା ହେଲେ ପୁଅ

ଟୋକା ପଣ ତାର କେବେ ନ ଗଲା !!


ପଚାଶ ବର୍ଷରେ ସ୍ତ୍ରୀ ମରିଗଲେ

ପୁରୁଷ ବାହା ହେବାରେ ବାଧା ନାହିଁ

ପଚିଶ ବର୍ଷରେ ବିଧବା ଝିଅର

ବାହା ହେବା ନେଇ ଝଡ଼ ବୁହଇ !


ଝିଅ ଟି ଧର୍ଷିତା ହେଲା ଯେବେ

ଇଜ୍ଜତ ସଇଲା କଳା ବୋଳିଲା

ଧର୍ଷଣ କଲା ଯେଉଁ ପୁଅଟି

ନିଶ ମୋଡି ଦାଣ୍ଡେ ଗର୍ବରେ ବୁଲିଲା !!


କହିବ କି ଜ୍ଞାନୀଗୁଣି ବାବା ମା ମାନେ

କାହିଁକି ମିଛରେ ରଡି ଛାଡୁଛୁ

ପୁଅଝିଅ ସଭିଏଁ ସମାନ ଡାହା ମିଛ

ସତରେ ହୃଦୟରୁ ଏକଥା ମାନୁଛ ?


ଯେତେ ଦିନ ଯାଏ ଆମେ ନ ବଦଳିଛେ

କି କରିବ ନୀତି ନିୟମ ପରମ୍ପରା

ସମୁଦ୍ରକୁ ଢେଲା ଫିଙ୍ଗିବା ସଦୃଶ

କାଗଜ କଲମେ ସବୁ ରହିଯିବ

ଚାଉଳ ସବୁବେଳେ' ଚାଉଲ ' ହେଲା।।



Rate this content
Log in

Similar oriya poem from Inspirational