Birakishore Nayak

Inspirational

4  

Birakishore Nayak

Inspirational

ଦୋ'ଛକି

ଦୋ'ଛକି

1 min
360


ଅଜଣା ପଥରେ ଗତିକଲାବେଳେ

     ପଡେ ଯେଉଁଠି ଦୋ'ଛକି,

ବିଚରା ପଥିକ ବାଛିପାରେ ନାହିଁ

     ଦ୍ବନ୍ଦରେ ଯାଏ ଅଟକି |


ରାସ୍ତାରେ କୌଣସି ବ୍ୟକ୍ତି ଦେଖାହେଲେ

     ବୁଝେ ସେ ସଠିକ ରାସ୍ତା,

ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରେ ସେ

     କଟିଥାଏ ଦୁରାବସ୍ଥା |


ମଣିଷ ଜୀବନ ନୁହଇଁ ସରଳ

     ଅଙ୍କାବଙ୍କା ହୋଇଥାଏ,

କେତେ ଜଣା ପଥ କେତେ ଅଜଣା ଯେ

      ଚାଲିବାକୁ ବାଧ୍ୟ ହୁଏ |


ଜୀବନ ପଥରେ ଆସେ ବହୁବାର

      ଦୋ'ଛକିର ଅବସ୍ଥିତି,

ଆଶଙ୍କିତ ମନେ ବାଛିବାଟା କଷ୍ଟ

     କେଉଁ ଆଡେ ହେବ ଗତି |


ଦୋ'ଛକିରେ ବଣା ହୋଇଗଲେ ଥରେ

     ବଦଳେ ତ ଗତିପଥ,

ସାଇତା ସପନ ହଜିଯାଏ ଦୂରେ

      ମନ ହୁଏ ସନ୍ତାପିତ |


ପ୍ରଗତିର ପଥେ ଗତି କରୁ କରୁ

     ଆସଇ ଯେବେ ଦୋ'ଛକି,

ବିବେକ ଖଟାଇ ଠିକ ପଥ ବାଛି

     ସଫଳତା ହୁଏ ମାଖି |


ଜୀବନର ପଥେ ଉଦ୍ଧତ ଯୌବନେ

     ଚରିତ୍ରର ଦୋ'ଛକିରେ,

ନାରୀ ହେଉ ଅବା ପୁରୁଷର ଗତି

     ହୋଇଥାଏ ଅବାଟରେ |


ପରିଣାମ ତାର ଭାବେ ନାହିଁ କିଏ

     ପ୍ରଗଳ୍ଭତା ଟାଣିନିଏ,

ଅବାଂଛିତ ସେହି ଜୀବନ ଦୋ'ଛକି

     କଳଙ୍କକୁ ବୋଳିଦିଏ |


ଜୀବନ ସଂସାରେ ଗତିପଥେ ହୁଏ

     ବହୁ ଦୋ'ଛକିର ଭେଟ,

କେବେ ପିତାମାତା ସାରା ପରିବାର

      କେବେ ବା ପତ୍ନୀର ଛାଟ |


ସଭିଙ୍କ ଜୀବନ ରାସ୍ତାରେ ଦୋ'ଛକି

      ନିଶ୍ଚିତ ଯେ ଆସିଥାଏ,

ନିଜ ବୁଦ୍ଧି ଅବା ଶୁଭେଛୁଙ୍କ ଦିଶା

      ବଳେ ପଥ ବାଛି ହୁଏ ।


Rate this content
Log in

Similar oriya poem from Inspirational