ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ସୂରୁଜ ଉଇଁବା ବିନା
ସକାଳ ହୁଏନା.
ସୂରୁଜ ବୁଡିବା ବିନା
ସଞ୍ଜ ତ ଆସେନା.
କହନା, କହନା କଥା
ତା କଥା କହନା. l0l
ସକାଳର ସେବା ବିନା
ନିଦ ତା ଭାଙ୍ଗେନା.
ବିନା ଫୁଲ ଚନ୍ଦନରେ
ଭଲ ସେ ଦିଶେନା.
ବିନା ତୁଳସୀରେ କେବେ
ଲାଗି ତା ହୁଏନା.
ଷାଠିଏ ପଉଟି ବିନା
ପେଟ ତା ପୁରେନା. l1l
ଲକ୍ଷେ ଭକ୍ତ ନ ଦେଖିଲେ
ମନ ତା ବୁଝେନା
ବିନା ଗୀତ ଗୋବିନ୍ଦରେ
ନିଦରେ ଶୁଏନା
ତାର ଦରଶନ ବିନା
ପାପ ତ ଯାଏନା.
ତାର ନାମ ବିନୁ ଏଠୁ
ନିର୍ବାଣ ମିଳେନା.
