Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

3  

Sadananda Sahoo

Inspirational Others

ସେବା ଉତ୍କର୍ଷତା

ସେବା ଉତ୍କର୍ଷତା

1 min
232



ସେବାଧର୍ମୀ କର୍ମୀ ସସ୍ମିତା ଦୁଲଣି

    ଆଦର୍ଶର.ବାର୍ତ୍ତାବହ;

କର୍ତ୍ତବ୍ୟକୁ ବ୍ରତ ମଣିଚିତ. ସତ

   ହୃଦୟେ ଭରିଛି ସ୍ନେହଁ  !! 

      

ସେବା ଉତ୍କର୍ଷତା ମନରେ ସଦିଚ୍ଛା

    ସସ୍ମିତା ଜୀବନ ଧାରା ;

ସେବାବ୍ରତୀ ହୋଇ ନିମ୍ନପଦେ ଥାଇ

    ମନ ମୋହିନେଲା ପରା  !!


ଭାବନା ସରାଗୀ ସୁନାଝିଅ ଖୁସୀ

   ଆରକ୍ଷୀ ସେବାର ଜ୍ଯୋତି ;

ଆଦର୍ଶର ଛବି କର୍ତ୍ତବ୍ୟ ବିଭବି

   ଅରଜିଚି ସତେ ଖ୍ୟାତି  !! 


ସେବା ପରାୟଣା ଦୁର୍ଲ୍ଲଭା ସସ୍ମିତା

    ଭିନ୍ନତାର. ଚିରଛବି ; 

କୋଟିଏ ଭିତରେ ବାରିହୋଇ ପଡେ

    ସହକର୍ମୀ ଅନୁଭବି !! 


ଟ୍ରାଫିକ ସେବାରେ ଥାଇ ନିରନ୍ତରେ

     ଦୃଷ୍ଟି ଆକର୍ଷଣ କଲା ;

ପ୍ରଶଂସାର ପାତ୍ରୀ ସାଜିଲା ଦୁଲଣୀ

    ସ୍ଵୀକୃତି ହାତେଇ ନେଲା !! 


ସମୟାନୁବର୍ତ୍ତିତା କର୍ମନିପୁଣତା

     ସଫଳତା ମୂଳମନ୍ତ୍ର.;

ଏକଥାକୁ ହେଜି କାର୍ଯ୍ୟକରେ ଖୁସୀ

     ଉଚ୍ଚ ଅଧିକାରୀ ପ୍ରୀତ. !!


କିବା ଖରାବର୍ଷା ରାଜକା6ର୍ଯ୍ୟ. ଇଚ୍ଛା

    ସସ୍ମିତା ଜୀବନ ଗୀତା. ;

କରିଛି ଶପଥ ହେବନି ବିଚ୍ୟୁତ

     ହେବସେ ଜଗତ ଜିତା !!


 ସେବା କାର୍ଯ୍ୟ ଦେଖି ଉଚ୍ଚ ଅଧିକାରୀ

      ସୁପାରିଶ କଲେ ନାମ. ;

ଆରକ୍ଷୀ ପଦକ ପାଇବାକୁ ଯୋଗ୍ୟ

     ସସ୍ମିତାହିଁ ସର୍ବୋତ୍ତମ. !! 


ଦୈତ୍ୟ ନଗରୀର. ଏମହିଳା ସେବକ

      ଉତ୍ସର୍ଗୀକୃତର. ମିତ. ; 

ପ୍ରେରଣାର ଉତ୍ସ. ସାଜିଛିତ ଆଜ

     କର୍ମେ ଆଗଭର ସତ. !!


ଦୈତ୍ୟ ନଗରୀର ଆରକ୍ଷୀ ଆୟୁକ୍ତ

     ପ୍ରିୟଦର୍ଶି ହେଲେ ପ୍ରୀତ ;

ସମର୍ପଣ କଲେ ଆରକ୍ଷୀ ପଦକ

    ଖୁସୀ ହେଲା ଖୁସି ସତ ! !


ବର୍ଣ୍ଣାଢ଼୍ୟ ଉତ୍ସବେ ଖୁସୀ ନାମ ଭାସେ

     ପଦବୀ ନୁହଁଇ ଛୋଟ. ;

କର୍ମକର ହସି ଏକାଗ୍ରତା ରଖି

    ସଫଳତା ହେବ ଭେଟ. !! 


ଆହେ ଜଗନ୍ନାଥ ଜଗତର ନାଥ

    ତୁମ୍ଭରୀ ସୁକନ୍ୟା ଖୁସୀ ;

ଜୀବନ ସଂଗ୍ରାମେ ଥାଉସେ କୁଶଳେ

    ସୁକଲ୍ୟାଣ କର ହସି  !! 


Rate this content
Log in

Similar oriya poem from Inspirational