STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଭୁଲନି ବାପା ମା ଙ୍କୁ

ଭୁଲନି ବାପା ମା ଙ୍କୁ

1 min
320



ଭୁଲି ଯିବିନି କେବେ ବାପା ଆଉ ମାଙ୍କୁ

ଜନ୍ମ ଦେଇ ମତେ ଆଣିଛନ୍ତି ଦୁନିଆକୁ

ଦଶମାସ. ଗର୍ଭରେ ଧରି ମା ଜନମ ଦେଲା

 ତାର ଅମୃତକୁ ଦେଇ ପାଳନ ସେ କଲା

ତା କୋଳରେ ଧରି ,

ମତେ ଜହ୍ନ ଦେଖାଇଲା

 ସେବା କରି ମୋର ମନ ଜାଣି ଖୁଆଇଲା

ପର କରି ଦେବିନି ବାପା ଆଉ ମାକୁ

  ସବୁ ସେବା କରିବି ଦେଖିବି ଦେବତାକୁ

ମୋର ହାତ ଧରି ବାପା ଚାଲି ଶିଖାଇଲେ

  ଜୀବନ ପଥରେ ମତେ ଆଗକୁ ତ ନେଲେ

କେତେ ଦୁଃଖ ସହି ସବୁ କିଛି ଆଣିଦେଲେ

   ପାଠ ମତେ ପଢାଇଲେ ସଂସ୍କାରକୁ ଦେଲେ

ଦୁଃଖ ଦେବିନି କେବେ ବାପା ଆଉ ମାଙ୍କୁ

 ମନକୁ ତୋଷି ନେବି କହି ମିଠା କଥାକୁ ।



Rate this content
Log in

Similar oriya poem from Inspirational