ଘନ କାଳିଆ
ଘନ କାଳିଆ
ଘନ କାଳିଆ ବନ ମାଳିଆ
କାଇଁଚ ମାଳିଆ ଘନ
ଚକାଡୋଳିଆ ନୀଳା ଚଳିଆ
ଝୁରେ ତୋତେ ରାତି ଦିନ।
ନନ୍ଦନନ୍ଦନ ବଂଶୀ ବଦନ
ଶ୍ରୀରାଧିକା ପ୍ରାଣଧନ
ମନ ମୋହନ ଚକାନୟନ
ଘେନ ମୋର ନିବେଦନ।
ଦୁଃଖି ଶଙ୍ଖାଳୀ ମୋ ଗଳାମାଳି
ଶ୍ରୀପଦେ କରୁଛି ଅଳି
ହେ ବନମାଳୀ ସଦା ବାଉଳି
ହେଉଛି ମୁଁ ନିଉଛାଳି।
ଅନାଥ ନାଥ ଜଗତନାଥ
ଚରଣେ ଶରଣ ନେଲି।
ଭବସାଗରୁ କରିବ ପାରି
ଦେଖୁ ଦେଖୁ ଭାସି ଗଲି।
