STORYMIRROR

Ajayakumar Mohanty

Inspirational

3  

Ajayakumar Mohanty

Inspirational

ଘନ କାଳିଆ

ଘନ କାଳିଆ

1 min
297


ଘନ କାଳିଆ ବନ ମାଳିଆ

କାଇଁଚ ମାଳିଆ ଘନ

ଚକାଡୋଳିଆ ନୀଳା ଚଳିଆ

ଝୁରେ ତୋତେ ରାତି ଦିନ।

ନନ୍ଦନନ୍ଦନ ବଂଶୀ ବଦନ

ଶ୍ରୀରାଧିକା ପ୍ରାଣଧନ

ମନ ମୋହନ ଚକାନୟନ

ଘେନ ମୋର ନିବେଦନ।

ଦୁଃଖି ଶଙ୍ଖାଳୀ ମୋ ଗଳାମାଳି

ଶ୍ରୀପଦେ କରୁଛି ଅଳି

ହେ ବନମାଳୀ ସଦା ବାଉଳି

ହେଉଛି ମୁଁ ନିଉଛାଳି।

ଅନାଥ ନାଥ ଜଗତନାଥ

ଚରଣେ ଶରଣ ନେଲି।

ଭବସାଗରୁ କରିବ ପାରି

ଦେଖୁ ଦେଖୁ ଭାସି ଗଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational