STORYMIRROR

SUJATA DAS

Inspirational

3  

SUJATA DAS

Inspirational

କଳ୍ପନା

କଳ୍ପନା

1 min
145

ଚିତ୍ରକର ନୁହେଁ

ଅଙ୍କିଦିଏ ଛବି

ମାନସ ପଟରେ ମୋର

ହୃଦ କାନଭାସେ

ମନର ତୁଳୀରେ

ନାନା ରଙ୍ଗେ  ଭରପୁର.

ଆକାଶରେ ଯେବେ

ଚମକେ ବିଜୁଳି

କଳ୍ପନାରେ ଆଙ୍କେ  ଛବି

ମେଘ ପାଲିଙ୍କିରେ

ଜହ୍ନକୁ ସଜେଇ

କେତେ କଥା ଯାଏ ଭାବି.

ଚହଲା ପାଣିରେ

ଲାଜୁଆ ଆଖିରେ

ଦେଖେ ନିଜ ପ୍ରତିଛବି

ଶବ୍ଦକୁ ସଜାଇ

ଲେଖେ ମୁଁ କବିତା

କଳ୍ପନା ରେ ସାଜେ କବି. 

ପବନରେ ଯେବେ

ଉଡ଼ିଯାଏ କାନି

ଶିହରଣ ଯାଏ ଖେଳି

ଆଖି ପଲକରେ

ଆଙ୍କି ହୋଇଯାଏ

ସ୍ମୃତିର କୁସୁମ  ଦୋଳି.

କଳ୍ପନା ରାଇଜେ

ରଚିଛି ମହଲ

ପ୍ରିୟତମ ସାଥେ ନେଇ

ଶବ୍ଦର ତରଙ୍ଗ

ଲେଖନୀ ପ୍ରଣୟ

କଳ୍ପନାରେ ଥାଏ ଜୀଇଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational