କଳ୍ପନା
କଳ୍ପନା
ଚିତ୍ରକର ନୁହେଁ
ଅଙ୍କିଦିଏ ଛବି
ମାନସ ପଟରେ ମୋର
ହୃଦ କାନଭାସେ
ମନର ତୁଳୀରେ
ନାନା ରଙ୍ଗେ ଭରପୁର.
ଆକାଶରେ ଯେବେ
ଚମକେ ବିଜୁଳି
କଳ୍ପନାରେ ଆଙ୍କେ ଛବି
ମେଘ ପାଲିଙ୍କିରେ
ଜହ୍ନକୁ ସଜେଇ
କେତେ କଥା ଯାଏ ଭାବି.
ଚହଲା ପାଣିରେ
ଲାଜୁଆ ଆଖିରେ
ଦେଖେ ନିଜ ପ୍ରତିଛବି
ଶବ୍ଦକୁ ସଜାଇ
ଲେଖେ ମୁଁ କବିତା
କଳ୍ପନା ରେ ସାଜେ କବି.
ପବନରେ ଯେବେ
ଉଡ଼ିଯାଏ କାନି
ଶିହରଣ ଯାଏ ଖେଳି
ଆଖି ପଲକରେ
ଆଙ୍କି ହୋଇଯାଏ
ସ୍ମୃତିର କୁସୁମ ଦୋଳି.
କଳ୍ପନା ରାଇଜେ
ରଚିଛି ମହଲ
ପ୍ରିୟତମ ସାଥେ ନେଇ
ଶବ୍ଦର ତରଙ୍ଗ
ଲେଖନୀ ପ୍ରଣୟ
କଳ୍ପନାରେ ଥାଏ ଜୀଇଁ.
