Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ଲେଖନୀ ଲାଗିପଡୁ ମାନବିକତା ଭରିବା

ଲେଖନୀ ଲାଗିପଡୁ ମାନବିକତା ଭରିବା

1 min
340


ଜାତି ଧର୍ମ ଭେଦ ଭାବ ସମାଜ

ସ୍ୱାର୍ଥରେ ପରିପୂର୍ଣ୍ଣ,

ହୀନ କର୍ମ କରନ୍ତି, ବିବେକକୁ ଭୁଲି,

ମଣିଷତ୍ୱକୁ କରି ଦିଏ ଚୁର୍ଣ୍ଣ ।


ସବଳର ଦୁର୍ବଳ ଉପରେ ଅତ୍ୟାଚାର

ଦେଖା ଦେଲା

ନୀଚ ଜାତିକୁ ଅନାଦର ଭାବନାରେ

ପାଶବିକ ପୀଡା ଉତ୍କଟ ହୋଇଲା ।


ପୁରୁଷକୈନ୍ଦ୍ରିକ ସମାଜେ ପୁରୁଷ 

ନାରୀଙ୍କୁ ଅବହେଳା କଲା

ନ୍ୟାୟ ଅନ୍ୟାୟର ଯୁଦ୍ଧେ ନାରୀ 

ଜାତି ସନ୍ତୁଳି ହୋଇଲା ।


ସାଗର ଏଇଠି ଦେଖିଛି କେତେ

ସ୍ନେହ ଶ୍ରଦ୍ଧାର ମରୁଡ଼ି

ପର୍ବତ ଶୁଣିଛି କେତେ ମଣିଷର

ହା ହା କାର ରଡ଼ି ।


ଥାଇ ଗୌରବ ସୌରଭ, ଯିଏ

ଗୁଣରେ ନିର୍ମଳ

ମନ ତାର ସୁନ୍ଦର, ସ୍ୱଭାବ ତାର

ଚନ୍ଦନ ଭଳି ଶୀତଳ ।


ରୂପରେ ସୁନ୍ଦର, ସେ ଗୋଟିଏ, 

କୋଟିଏ ତାରାରେ

ଅତି ସୁନ୍ଦର, ଉପମା ନାହିଁ ବଖାଣିବାକୁ 

କାହାର ଭାଷାରେ ।


ଉଲ୍ଲସିତ ହୁଏ ମନ ପରଶ ପାଇଲେ 

ସେ ମଣିଷର ଜ୍ୟୋଛ୍ନାରେ

ମଣିଷର ସାହା, ମଣି ସଦୃଶ ସୁନ୍ଦରୀ 

ଧରାକୁ ଆଲୋକିତ କରେ ।


ମାନବିକ ସୁରକ୍ଷାର ବାଣୀ ଶୁଣିଲେ

ସେହି ମଣିଷଙ୍କ ଚେତନାରେ 

କବିର ଲେଖନୀ ଲାଗିପଡୁ ମାନବ

ମନରେ ମାନବିକତା ଭରିବାରେ ।


Rate this content
Log in

Similar oriya poem from Inspirational