STORYMIRROR

minakshee mahapatra

Comedy Others

3  

minakshee mahapatra

Comedy Others

ଲକଡାଉନ୍ ରେ ସାବିତ୍ରୀ

ଲକଡାଉନ୍ ରେ ସାବିତ୍ରୀ

1 min
214


ସକାଳୁ ସକାଳୁ ଆଠଟା ଜାଗାରେ ଛଟାରେ ଉଠି ପଡିଚି, 

ଲକଡାଉନ୍ ରେ ଭାର୍ଯ୍ୟା ମୋର ସାବିତ୍ରୀ ବ୍ରତ ପାଳିଚି|


ଭାଗବଣ୍ଟା କରି କାମ କରିବାକୁ ଇଂଷ୍ଟ୍ରକସନ ମତେ ମିଳିଚି, 

ଘରପୋଛା ଆଉ ବାସନ ମଜାଟି ମୋରି ଭାଗରେ ପଡିଚି |


ବାପଘରୁ ତାର ସାବିତ୍ରୀ ଭାରଟି ଗୁଗଲ ପେ ରେ ଆସିଚି, 

ନୂଆ ପିନ୍ଧିକରି ପୂଜାକରିବାକୁ, ମୁ ମାସ୍କ ଟେ କିଣି ଆଣିଛି |


ମାସ୍କ ଦେଖି ତରବର ହୋଇ ପୁରୁଣା ଆଟାଜି ଖୋଲିଚି, 

ଚାରିଖଣ୍ଡ ଶାଢ଼ୀ ନୂଆ ହୋଇ ସେଠି ଜରିରେପୁରେଇ ରଖିଛି| 


ନୂଆଶାଢୀ ପିନ୍ଧି ସଜବାଜହୋଇ ଠାକୁର ଘରେ ସେ ପଶିଚି, 

ଫୋନଟି ଆଗେ କେତେ ଅଙ୍ଗଭଙ୍ଗି ଦୂରରେ ଥାଇ ମୁ ଦେଖୁଚି |


ଆମ୍ବ, ଲିଚୁକୋଳି, ସପୁରୀକୁସେ ଶହେଥର ଲେଖେ ଧୋଇଛି, 

ଫୋଟୋ ନେବାପାଇଁ ଭଳିକିଭଳି ସେ ସଜେଇକି ତାକୁ ଥୋଉଛି |


ମନ୍ଦିର ବେଢା କୁ ଚାଁହୁଚି, ପଡୋଶୀ କୁ ଠାରି ଦେଇଚି, 

ଲକଡାଉନ୍ ଭୋଗ ପଠାଇବା କାରଶାଦୀ ନିଶ୍ଚେ କରିଚି |


ଠାକୁର ଘରୁସେ ବାହାରି ମତେ ସାନିଟାଇଜର ଟିକୁ ଦେଇଚି, 

ହାତପାଦକୁ ମୁ ସାନିଟାଇଜଡ଼ କଲେ ମୁଣ୍ଡିଆ ମାରିବ କହୁଛି |


ମୁଁ ଘର କାମ ସାଙ୍ଗେ ଅଫିସ କାମରେ ଫସିଚି, 

ପଚାରିବାରୁ ତା ଅଫିସ ର କଥା କହୁଛି ଛୁଟି ସେ ନେଇଚି |


ରୋଷେଇ କଣ? ପଚାରି ମୁଁ ଦେଖେ ଘଣ୍ଟାରେ ବାରଟା ବାଜିଛି, 

ହସିଦେଇ କହେ କରିଦିଅ ତୁମେ, ସିରିଜଟେ ମୁଁ ଦେଖୁଚି |


ମୁଗ ନଡ଼ିଆ ସେ ଖାଇଛି, ଏ ସି ଲଗାଇକି ଶୋଇଚି, 

ଇଅର ଫୋନ କାନରେ ମାଡିସେ ହସି ହସି ଗଡି ଯାଉଛି |


 ଆୟୁଷ ପାଇଁ ମୋ ଓପାସ ରହିସେ ଯମ ସାଙ୍ଗରେ ଲଢ଼ୁଛି, 

 ସତ୍ୟବାନ ମୁହିଁ ଆଜିପରାଦିନେ ଭୋକ ଉପାସରେ ମରୁଚି |


କାମ ମଝିରୁ ବାହାରି ଆସି ମୁଁ ଛତୁଆ ଗୋଳିକି ପିଇଚି, 

ଆଗତ ବର୍ଷକୁ ଅଧା ନୁହେଁ ପୁରା ଓପାସ କରିବି ଭାବୁଛି|


ଆଜି ଦିନରେ ସେବା ପାଇବାର ଆଶା ମୋ ବିଫଳ ହୋଇଛି, 

ସବୁବର୍ଷ ପରି ଏଥର ବି ମୋ ଘରଣୀ ବାଜିଟି ମାରିଚି |


Rate this content
Log in

Similar oriya poem from Comedy