STORYMIRROR

Arjun Das

Comedy

3  

Arjun Das

Comedy

ଫେସବୁକ ପ୍ରେମ

ଫେସବୁକ ପ୍ରେମ

1 min
297

ସୁନ୍ଦରୀ ଝିଅର ଆଇଡି କୁ ଦେଖି 

ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଲି

ରିକ୍ୟୁଏଷ୍ଟ ମୋହର ଗ୍ରହଣ କରିଲା

ଫ୍ରେଣ୍ଡ୍ ତାର ବନିଗଲି    ॥

ଦିନରାତି କେତେ ଚ୍ୟାଟିଙ୍ଗି କରିଲି

କହିଲା ମଧୁର କଥା

କଥାଟି ତାହାର ଦିନେ ନଶୁଣିଲେ

ଘୁରି ଯାଉଥିଲା ମଥା    ॥

ମିଠା ମିଠା କଥା କହି କରି ସିଏ

କିଣି ନେଲା ମୋର ମନ

ମୋବାଇଲ ରେ ତା ପଇସା ପକେଇ 

ସରିଗଲା ମୋର ଦିନ   ॥

ପାଖରେ ତାହାକୁ ଥରେ ବି ଦେଖିନି

କିପରି ମୋ ଅପସରି

ମନ ଖାଲି ମୋର ଡହଳ ବିକଳ

ଶୁଖିଲାଣି ଝୁରି ଝୁରି    ।। 

ମନ ଟା ମୋହର ବୋଲ ମାନୁନାହିଁ

ତୁମକୁ ଦେଖିବା ପାଇଁ

କେଉଁଠି ତୁମେ ଦେଖା ହେବ କୁହ 

ସେଠାକୁ ଯିବି ପଳାଇ   ॥

ଖଣ୍ଡଗିରି ରେ ମୁଁ ଛିଡା ହୋଇଅଛି

ସେଇଠିକି ଏବେ ଆସ 

ପାଞ୍ଚ ମିନିଟି ରେ ପହଞ୍ଚିବି ମୁହିଁ

ବୁଲିଯିବା ସରକସ    ॥

ଜାଣି ପାରିଲିନି କଲ କରିଲି

କେଉଁଠି ତୁମେ ମୋ ଜାନୁ

ନିଳ ଡ୍ରେସ୍ ପିନ୍ଧି ଛିଡା ହୋଇଅଛି

ଜାଣିକି ପାରୁନ ଗୁନୁ   ॥

ପଛରୁ ଦେଖିଲି ଷୋହଳ ସତର 

ଆଗରୁ ସତୁରି ଅଶୀ

ନୀଳ ଡ୍ରେସ ପିନ୍ଧି ଛିଡା ହୋଇଥିଲା

ଏପରି ଜଣେ ରୁପସୀ   ॥

ତାକୁ ଦେଖି ଏବେ ପ୍ରେମ କରିବାର

ନିଶାଟା ଗଲା ମୋ ଉତୁରି

ଫେସବୁକ ରେ ଯାହା ସହ ପ୍ରେମ କରୁଥିଲି

ବୟସ ଟା ତାର ସତୁରୀ   ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy