STORYMIRROR

Krushna Chandra Lenka

Comedy Inspirational

3  

Krushna Chandra Lenka

Comedy Inspirational

ଲକ ଡାଉନ ସାବିତ୍ରୀ

ଲକ ଡାଉନ ସାବିତ୍ରୀ

1 min
324

ସତ୍ୟବାନ ହାତ ଟାଣିକି ଧରି,

ସାବିତ୍ରୀ ଚାଲଇ ସାହସେ ଭାରି।


କହଇ ଆସିଲେ କରୋନା ଯମ,

ଏଥର ନିଶ୍ଚୟ ହୋଇବ ଭ୍ରମ।


ଏସନେ ପତି ମୋ ଯାଇନି ହାଟ,

ମୋ ପାଇଁ ଆଣିନି ଦାମିକା ପାଟ।


ହାଟେ ହୋଇଥା'ନ୍ତା ତୋହର ଭେଟ,

କରିଥା'ନ୍ତୁ ଆସି ମୋ ଘରେ ନାଟ।


ଏଥର ଆମେରେ ରଖିନୁ ବାଟ,

ବାଜିବନି ଆଉ ତୋହର ଛାଟ।


ଗୃହେ ବସି ଆମେ ହୋଇଛୁ କଥା,

ନୁଆଁଇବୁ ନାହିଁ ତୋ' ଆଗେ ମଥା।


ସାନିଟାଇଜର ମାଆସ୍କ ଆଣି,

ପତି ମୋ କହିଲେ ଶୁଣ ଘରଣୀ।


ଏଇ ନିଅ ଶାଢ଼ୀ, ଶଙ୍ଖା, ସିନ୍ଦୂର

ଏସବୁ ନେଇକି ବରତ କର।


ପାଶେ ଯହିଁ ଥିବ ଏସବୁ ତୋର,

କରୋନା ଯମକୁ ନଥିବ ଡର।


ସତ୍ୟବାନକୁ ମୁଁ କହିଲି ଶୁଣ,

ଶୁଝି କି ପାରିବି ତୁମର ଋଣ?


ପ୍ରତି ବର୍ଷ ଭଳି ବର୍ଷ ଚଳିତ,

ଶୁଦ୍ଧ ପୂତ ଭାବେ ପାଳିବି ବ୍ରତ।


ହାତ ଯୋଡି ମୁହିଁ ସାବିତ୍ରୀ ବେଶେ,

ପ୍ରାର୍ଥନା କରିବି ଈଶ୍ୱର ପାଶେ।


ସତ୍ୟବାନକୁ ମୋ ଘଣ୍ଟ ଘୋଡେଇ,

ରଖିଥାଅ ପ୍ରଭୁ ଆଶିଷ ଦେଇ।


କୃପା ଥିଲେ ତିଳେ ସାବିତିରୀକୁ,

ପାଳିବି ବରତ ଆର ସନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy