Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Comedy Fantasy

3.5  

RUNALAILA MOHANTA

Comedy Fantasy

ଖାଇବି ଖାଇବି ଖାଇବି

ଖାଇବି ଖାଇବି ଖାଇବି

1 min
189


Prompt-2

କୁକୁର -

ମଣିଷଟେ ନା ସେ ଆଉ କିଛି

ନାଲିଆ ମାଛ ପରି ଦିଶୁଛି ।


ଦେଖି କୁକୁର ଭୋକରେ ବିକଳ

ତା ପଛରେ ସୁଅ ପରି ଛୁଟିଛି..


ଜୀବନ ଭୟରେ ସେ ମଣିଷ

ଦେଖ ଘୋଡ଼ା ପରି ଧାଉଁଛି...


କୁକୁର -

ଖାଇବି ଖାଇବି ତୋତେ ମୁଁ ଖାଇବି

ଯାଉଛୁ କୁଆଡେ ତୁ ଧାଇଁ ଧାଇଁ...


ମଣିଷ -

ରହିବିନି ରହିବିନି ମୁଁ ଯେ ରହିବିନି

ଜୀବନ କି ପାଇବି ଆଉ ଫେରିକି..

ଦୟା ଟିକେ ନାହିଁ ତୋ ମନରେ

ଏମିତି ଧାଉଁ କାଇଁ ମୋ ପଛରେ...


କୁକୁର -

ଦୟା କାଇଁ ଦେଖିବି ତୋତେ ମୁଁ ରେ

ତୋତେ ବଞ୍ଚାଇ ମୁଁ କି ମରିବି ଭୋକବିକଳେ

ଆଜି ସାଜି ବଡବାଘ ଖାଇଯିବି ତୋ ମାଉଁସ

ମେଣ୍ଟି ଯିବ ମୋ ଭୋକ 

ଶୋଇବି ପେଟ ଉପର କରି ମୁହିଁ

ନ ଧାଇଁ ଆଉ ରହି ଯା ତୁହି

ହୋଇବୁ ପରା ମୋ ଆହାର...


ମଣିଷ -

ଜୀବନ ଦେଇ ଦେବି ପଛେ ଅନ୍ୟ କେଉଁଠି

ହେଲେ ଯିବି ନାହିଁ ମୁଁ କୁକୁର ପାଟିକି...


କୁକୁର - ରହି ଯା ରହି ଯା ରହି ଯା . . .


ମଣିଷ- ନା  ନା  ନା ରେ ନା . . . .


କୁକୁର - ଖାଇବି ଖାଇବି ଖାଇବି . . . ।



Rate this content
Log in

Similar oriya poem from Comedy