Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Comedy

3  

Ansuman Swain

Comedy

ଧନ୍ୟ ତୁମେ ଘରଣୀ

ଧନ୍ୟ ତୁମେ ଘରଣୀ

1 min
228



ସାବିତ୍ରୀ ମନଟା ମଉଳି ଯାଇଛି

  ଦେଖି କରୋନାର ଭିଡ଼

ସତ୍ୟବାନକୁ ସେ କେମିତି ପୂଜିବ 

  ମିଳୁନାହିଁ ଫୁଲ ଫଳ ।

ଦୋକାନରେ ଆଜି ଝୁଲୁଅଛି ତାଲା

  ନାହିଁ ଆଉ ଠେଲାପେଲା 

କେମିତି କରିବ ମନକୁ ସନ୍ତୁଷ୍ଟ 

  ନିଇତି ଚାଲିଛି ପାଲା ।

ପସନ୍ଦ ହେଉନି ଅନଲାଇନ ସପିଙ୍ଗ 

   ବୁଝୁନାହିଁ ତାର ମନ 

ମନ ମୁତାବକ ବୁଲିବା ହେବନି

 ଆଉ ଆସିବକି ଏହି ଦିନ ।

ଦେଖ ,ଦେଖ ତାର ଉଛୁଳା ପ୍ରମକୁ

    ଦେଖ ତା ନାଲି ଅଧର

କେମିତି ଖୋଜୁଛି ଶାଢ଼ୀ ବଦଳରେ

    ନାଲି ନେଳି ଚୁଡ଼ିଦାର ।

ସ୍ମିତହାସ୍ୟ କରି କହିଲି ସାବିତ୍ରୀ 

   କେଉଁଠୁ ଗଡୁଛି ଶ୍ରଦ୍ଧା

କୁହନ୍ତନି ଥରେ ମୁଁ ଉବୁଟୁବୁ ହୋନ୍ତି 

   ଲାଗୁଅଛି ଭାରି ଥକା ।

ବରଷ ଯାକର ସ୍ନେହ ମମତାକୁ 

  ଦେଉଅଛ ପାଦେ ଠେଲି 

ଆଜି କି ଭକତି ଅଜାଡି ପଡୁଛି

  ଖାଇବା ଯାଇଛ ଭୁଲି ।

ସତ୍ୟ ବଚନକୁ ବଖାଣିଲି ବୋଲି 

   ଧରିଲା ଛିଣ୍ଡା ଛାଞ୍ଚୁଣି

ଚଣ୍ଡୀରୂପ ଧରି ଆସିଲା ମୋ ପାଶେ 

  ଶୁଣାଇଲା ତା'ର ବାଣୀ ।

ନାମକୁ ମାତର ସତ୍ୟବାନ ଭାବି 

   ରହିଅଛି ତମ ଘରେ

ତୁମ ପାଇଁ ମନେ ନାହିଁତ ଆଦର

   କିଏବା ତମକୁ ଝୁରେ ।

ସୋସିଆଲ ମିଡ଼ିଆ ପାଇଁ ମନ ହୁଏ କଷ୍ଟ 

   କ୍ୟାମେରା କାନ୍ଦୁଛି ମୋର

ସୁଆଇ ବସାଇ ଦେଉନାହିଁ ମୋତେ

   ଦେଖିବାକୁ ମୋ ଶରୀର ।

ସୁନ୍ଦର, ସୁନ୍ଦର ଶାଢ଼ୀ ପିନ୍ଧି ଦେଇ

 ଛାଡି ଦେଲେ ଫୋଟ ମୋର

ଲାଇକି କମେଣ୍ଟ ଅଜାଡି ଆସିବ 

  ଦୁଃଖ ହୋଇଯିବ ଦୂର ।

କ'ଣଟା ବୁଝୁଛ କ'ଣଟା ଜାଣିଛ ତୁମେ 

  କହୁଛ ଯେ ଏତେ କଥା 

ମନର ବେଦନା ବୁଝି ପାରୁ ନାହଁ 

  ବଢ଼ାଉଛ ମୋର ବ୍ୟଥା ।

ସବୁ ଜାଣିଗଲି ସବୁ ବୁଝିଗଲି 

  କାହା ପାଇଁ ଏ ନାଟକ 

ଲୋକ ଦେଖାଣିଆ ସାବିତ୍ରୀ ବ୍ରତ ଏ

  କାହାକୁ କହିବି ଦୁଃଖ ।

ଅଳତା ରଙ୍ଗକୁ ବୋଳି ଦେଈ ମୁଖେ

    ଦିଶୁଛୁ ତୁ ଚକମକ

ତୋତେ ଦେଖି କେତେ ଜନ ବୋଲୁଛନ୍ତି

   ତୁ କାଳେ ମୋତି ମାଣିକ ।

ଆହା ଆହା ଲୋ ମୋ ଘରଣୀ ସାବିତ୍ରୀ

    ଧନ୍ୟ ତୋର ପତିବ୍ରତା 

ଧନ୍ୟ ତୋର ନିତି ଧନ୍ୟ ତୋ ଆଦର୍ଶ

ତୋତେ ଗଢିଛି କେଉଁ ଦେବତା l 

   ସମସ୍ତ ସାବିତ୍ରୀ ଏମିତି ନୁହଁନ୍ତି

 ଭୁଲ ଭାବିବେନି ମୋତେ

ମୋ ସାବିତ୍ରୀ ଯାହା ନିତି ଘଟାଉଛି 

  ମୁଁ ବଖାଣିଅଛି ସତେ ।



Rate this content
Log in