ସ୍ୱପ୍ନରେ ମୋ ମନ ମାନସୀ
ସ୍ୱପ୍ନରେ ମୋ ମନ ମାନସୀ


ମୋ ମନରେ ଅଛି ଅନେକ୍ ଭୋକ
କାହାକୁ କହିବି ମନର ଦୁଃଖ
ମୋ ମନ ମାନସୀ ରହିଛି ଗାଁ ରେ
ମୁଁ ପଡ଼ିଅଛି ଚେନ୍ନାଇ ସହରେ
ହାଏ ରେ କରୋନା ତୁ ଏକି କଲୁରେ
ଦେହର ଯନ୍ତ୍ରଣା ଆଜି ଦେହରେ ମାରେ
ଯାନବାହନ ତ ଚାଲୁନି ରାସ୍ତାରେ
କେମିତି ଯିବି ମୁଁ ଭାବୁଛି ନୀତିରେ
ନେଟୱର୍କ ଏବେ ସାଜୁଅଛି ବାଧା
ହୋଇ ପାରୁନାହିଁ ଦୁଇପଦ କଥା
ସମ୍ବାଦ ଶୁଣିଲେ ଲାଗୁଛି ଛାନିଆ
ଏକା ବସି ବସି ଲାଗୁଛି ଅଡ଼ୁଆ
ମନ ଲାଗୁନାହିଁ କୌଣସି କର୍ମରେ
ଖୁସି ନାହିଁ ଆଜି ମୋ ନେତ୍ରମଣ୍ଡଳେ
ମୋ ମନ ମାନସୀ ରହିଛି ଗାଁ ରେ
 
; ମୁଁ ପଡ଼ିଅଛି ଚେନ୍ନାଇ ସହରେ
ହାଏ ରେ କରୋନା ତୁ ଏକି କଲୁରେ
ଦେହର ଯନ୍ତ୍ରଣା ଆଜି ଦେହରେ ମାରେ
ଦୋକାନ ବଜାରେ ଝୁଲୁଅଛି ତାଲା
ଜୀବନ ସଂଗୀତ ଲାଗଇ ବେସୁରା
ସମୟ ବିତୁଛି କଷ୍ଟ ଯନ୍ତ୍ରଣାରେ
ଶୋଇ ମୁଁ ପାରୁନି ରଜନୀର ଧାରେ
ସ୍ୱପ୍ନ ମୁଁ ସଜାଏ ମନ ବଗିଚାରେ
ମାଳି ବିନା ବୃକ୍ଷ ମଳିନ ଦିଶେରେ
ଯେତେ ଭୁଞ୍ଜିଲେ ଶାନ୍ତି ଆସେନି ମନରେ
ଭାବି,ଭାବି ଝୁରେ ମୋ ହୃଦୟ ବୁକୁରେ
ମୋ ମନ ମାନସୀ ରହିଛି ଗାଁ ରେ
ମୁଁ ପଡ଼ିଅଛି ଚେନ୍ନାଇ ସହରେ
ହାଏ ରେ କରୋନା ତୁ ଏକି କଲୁରେ
ଦେହର ଯନ୍ତ୍ରଣା ଆଜି ଦେହରେ ମାରେ ।