STORYMIRROR

Ansuman Swain

Comedy

3  

Ansuman Swain

Comedy

ସ୍ୱପ୍ନରେ ମୋ ମନ ମାନସୀ

ସ୍ୱପ୍ନରେ ମୋ ମନ ମାନସୀ

1 min
270

ମୋ ମନରେ ଅଛି ଅନେକ୍ ଭୋକ

      କାହାକୁ କହିବି ମନର ଦୁଃଖ 

ମୋ ମନ ମାନସୀ ରହିଛି ଗାଁ ରେ

       ମୁଁ ପଡ଼ିଅଛି ଚେନ୍ନାଇ ସହରେ 

ହାଏ ରେ କରୋନା ତୁ ଏକି କଲୁରେ

ଦେହର ଯନ୍ତ୍ରଣା ଆଜି ଦେହରେ ମାରେ

ଯାନବାହନ ତ ଚାଲୁନି ରାସ୍ତାରେ

     କେମିତି ଯିବି ମୁଁ ଭାବୁଛି ନୀତିରେ 

ନେଟୱର୍କ ଏବେ ସାଜୁଅଛି ବାଧା 

   ହୋଇ ପାରୁନାହିଁ ଦୁଇପଦ କଥା

ସମ୍ବାଦ ଶୁଣିଲେ ଲାଗୁଛି ଛାନିଆ 

    ଏକା ବସି ବସି ଲାଗୁଛି ଅଡ଼ୁଆ 

ମନ ଲାଗୁନାହିଁ କୌଣସି କର୍ମରେ 

   ଖୁସି ନାହିଁ ଆଜି ମୋ ନେତ୍ରମଣ୍ଡଳେ 

  ମୋ ମନ ମାନସୀ ରହିଛି ଗାଁ ରେ

        ମୁଁ ପଡ଼ିଅଛି ଚେନ୍ନାଇ ସହରେ 

ହାଏ ରେ କରୋନା ତୁ ଏକି କଲୁରେ

ଦେହର ଯନ୍ତ୍ରଣା ଆଜି ଦେହରେ ମାରେ

ଦୋକାନ ବଜାରେ ଝୁଲୁଅଛି ତାଲା

    ଜୀବନ ସଂଗୀତ ଲାଗଇ ବେସୁରା

ସମୟ ବିତୁଛି କଷ୍ଟ ଯନ୍ତ୍ରଣାରେ

  ଶୋଇ ମୁଁ ପାରୁନି ରଜନୀର ଧାରେ 

ସ୍ୱପ୍ନ ମୁଁ ସଜାଏ ମନ ବଗିଚାରେ

   ମାଳି ବିନା ବୃକ୍ଷ ମଳିନ ଦିଶେରେ 

 ଯେତେ ଭୁଞ୍ଜିଲେ ଶାନ୍ତି ଆସେନି ମନରେ 

   ଭାବି,ଭାବି ଝୁରେ ମୋ ହୃଦୟ ବୁକୁରେ 

ମୋ ମନ ମାନସୀ ରହିଛି ଗାଁ ରେ

       ମୁଁ ପଡ଼ିଅଛି ଚେନ୍ନାଇ ସହରେ 

ହାଏ ରେ କରୋନା ତୁ ଏକି କଲୁରେ

   ଦେହର ଯନ୍ତ୍ରଣା ଆଜି ଦେହରେ ମାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy