Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Comedy

3  

Dhaneswar Dash

Comedy

ଛାଡପତ୍ର

ଛାଡପତ୍ର

1 min
243



ମନେ ଭାବୁଛି ମୁଁ ଫଟୋକୁ ମୋହର 

ଫୁଲରେ ସଜାଇଦେବି,

ସେ ଫଟୋର ଫଟୋ ଉଠାଇ ତୋହର

ପାଖକୁ ପଠାଇ ଦେବି । 


ଦେଖିବି ତୁ ଆଉ କେତେ ଅଭିମାନ 

କରିବୁ ବାପର ଘରେ

ଛାଡି ରହିବୁ କି ପଳାଇ ଆସିବୁ

ଅମାବାସ୍ୟା ଅନ୍ଧକାରେ ?


ଯାହା ତୁ କହିଲୁ ତାହା ତ ପାଇଲୁ 

ଆଉ କେଉଁଥିରେ ରାଗ

କେଉଁଥିରେ ତୋର ଅଭାବ ରଖିଛି

କରୁଥାଉ ପ୍ରତିବାଦ ।


ରହିଲେ ରହିବୁ ନ ରହିଲେ ନାହିଁ

ଛାଡି ପାରିବିନି ଘର

ବାପା ବୋଉଙ୍କୁ ମୁଁ ପର କରିବିନି

ହେଉ ପଛେ ଛାରଖାର।


ବାପଘରେ ଜନ୍ମ ନେଇଥିଲୁ ପରା

ବାପଘରେ ତୁ ରହିବୁ 

ଛାଡପତ୍ର ଟା ମୁଁ ପଠାଇ ଦେଉଛି 

ଦସ୍ତଖତ କରିଦେବୁ ।


ଏମିତି ତ ମୋର ପଛେ କେହି ନାହିଁ 

ଯେଣୁ ହେବ ଅବଶୋଷ 

ବାପାଙ୍କୁ କହିବୁ ବାହା ଦେଇଦେବେ

ହୋଇଯିବ ମନ ତୋଷ। 


ବାପା ବୋଉ ମୋର ଜୀବନ୍ତ ଠାକୁର

ତାଙ୍କର କରିବି ପୂଜା

ସବୁ ତାଙ୍କଠାରୁ ପାଇଛି ଜୀବନେ

ଆଉ କାହାକୁ ବା ଖୋଜା ?


Rate this content
Log in

Similar oriya poem from Comedy