Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy

3  

Arjuni charan Behera

Comedy

ରଜ ନାଗରା

ରଜ ନାଗରା

1 min
184


ପ୍ରବଳ ଗ୍ରୀଷମ ଭାଇ ବଇଶାଖ ଖରା l

ଡିବି ଡିବି ଡିବି ଡିବି ବାଜିଲା ନାଗରା ll

ଡେଙ୍ଗୁରା ବାଜୁଛି ପାଞ୍ଚ ଗ୍ରାମେ ଗିଡ଼ିଗିଡ଼ି l

ରଜ ମଉଜ ହୋଇବ ଖେଳିବା ବାଗୁଡ଼ି ll

ବାଜି ରଖା ଅଛି ଏକ ହେଏଁ ବଡ଼ ଖାସି l

ଜିତା ପଟ ଦଳ ନେଇଯିବ ହୋଇ ଖୁସି ll

ହଗୁରି, କାହ୍ନୁଆ, ମୂଷା ,ମଧୁ ଓ ଧଡ଼ିଆ l

ଟୋକା ସବୁ ଆସିଗଲେ କଇଥ ପଡ଼ିଆ ll

ରଙ୍ଗସ,ପଥର ପଡ଼ା ଦୁଇ ଗୋଟି ଦଳ l

ଦୁଇ ଦଳ ମଧ୍ୟେ ଧୀରେ ଜମିଗଲା ଖେଳ ll

ବାଗୁଡୁ ଗୁଡ଼ୁ,ବାଗୁଡୁ ଗୁଡ଼ୁ, ବାଗୁଡୁ ଗୁଡ଼ୁ l

ବାହାଘର ଦିନ ଜାଇ ରଗୁଡୁ, ଜାଇ ରଗୁଡୁ ll

ବାଗୁଡ଼ୁ ବାଗୁଡ଼ୁ ବାଇଁ ଚିରା, ବାଇଁ ଚିରା l

ବାଇଁ ଚିରା ଭାଇ କଳା ଜୀରା, କଳା ଜୀରା ll

କଳା ଜୀରା ଭାଇ ରାଆଗେନା ରାଆଗେନା l

ହାଣ୍ଡି କୁଣ୍ଢେଇ ଭାଆଙ୍ଗେନା ଭାଆଙ୍ଗେନା ll

ନାଗରା ବାଜୁଛି ଯେହ୍ନେ ରଣେ ବୀରବାଦ୍ୟ l

ଖେଳ ଚାଲି ଅଛି ଯଥା କୁରୁକ୍ଷେତ୍ର ଯୁଦ୍ଧ ll

ପଥର ପଡ଼ା ହଗୁରି ରଙ୍ଗସର ମୂଷା l

ଗଡ଼ାପଡ଼ା ଲାଗିଥାନ୍ତି ଯେହ୍ନେ ଭୀମ ଦୁଃଶା ll

ଖେଳ ଜମିଥିଲା ମଧୁ ଲୁଙ୍ଗି ଖୋଲିଗଲା l

ଚଡି ପିନ୍ଧି ଥିବାରୁ ତା ଇଜ୍ଜତ ବଞ୍ଚିଲା ll

ଛକା ପଞ୍ଝା ଖେଳ ଶେଷେ ନାଗରା କହିଲା l

ପଥର ପଡ଼ା ଜିତିଲା ବାଜି ଖାସି ନେଲା ll

ସଞ୍ଜବେଳେ ଟୋକାମାନେ ସବୁ ମିଳିମିଶି l

ଭୋଜିଟିଏ କଲେ କାଟି ଜିତା ପଟ ଖାସି ll

ରୋଷେଇ ଚାଲିଛି ସବୁ ମିଶିଗଲେ ସାଙ୍ଗ l

ବାଟିକରି ପକାଇଲେ ଟେଳେ ଟେଳେ ଭାଙ୍ଗ ll

ଟହଲିଆ ମୋତେ କଲେ ଦୁର୍ବଳିଆ ଦେଖି l

ତିନି ଦିନ ଶୋଇଲି ମୁଁ ଭାଙ୍ଗ ଟେଳେ ଚାଖି ll

         



Rate this content
Log in

Similar oriya poem from Comedy