STORYMIRROR

Kali Kumar

Comedy Tragedy

3  

Kali Kumar

Comedy Tragedy

କରୋନା ଗୀତ

କରୋନା ଗୀତ

1 min
210

ଦିନ ରାତି ବିତିଗଲା

ଘରେ ଏକା ରହି ରହି

ସ୍ବାଧୀନତା ହଜିଗଲା

ଚେପା ନାକିଆଙ୍କ ପାଇଁ ପାଇଁ ପାଇଁ

ଯାଇ ପାରୁ ନାହିଁ

ଘରୁ ବାହାରକୁ

କେତେ ଯେ ବଞ୍ଚିବି

ବନ୍ଦୀ ଜୀବନକୁ

କିଆଁ କର ଏତେ କଲବଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।(୨)


ନିତି ମୋର ମନ ଖୋଜେ

ପୁରୁଣା ସ୍ମୃତିର ଦିନ

କିଏ ଆଉ ଫେରେଇବ

ସ୍ବାଧୀନତା'ର ସେ ଚିହ୍ନ

ଜାଣି ପାରୁ ନାହିଁ, ବଞ୍ଚିବି କି ନାହିଁ (୨)

ସ୍ୱାଧୀନତା କିଆଁ ଛଡ଼େଇ ନେଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।(୨)


ଭୁଲିବାକୁ ସେ ଦରଜ

ନୁହେଁ ତ ଏତେ ସହଜ

ଭୁଲିବାକୁ ଚାହିଁଲେ ବି

ନୂଆ ରୂପେ ତୁମେ ହୁଅ ସଜବାଜ

ବୁଝି ପାରେ ନାହିଁ, ଜିଇଁବି କେମିତି (୨)

ଜୀବନକୁ ତୁମେ ପାଣି କରିଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।(୨)


Rate this content
Log in

Similar oriya poem from Comedy