କରୋନା ମୁହଁରେ ଚୁନ
କରୋନା ମୁହଁରେ ଚୁନ


ସାରା ଦିନ ଯେବେ କାମ କର୍ଯ୍ୟେ ଯାଏ
ବୁଲିବାକୁ ହୁଏ ଇଛା
ଅପରାହ୍ନ ବେଳା ଉତ୍ତମ ଲାଗଇ
ବଜାର ହେଉ କି ତୁଛା ।
ମାନସିକ ଶାନ୍ତି ବାଢୁ ଥାଏ ତୃପ୍ତି
ଘରକୁ ସାମଗ୍ରୀ କିଣି
ସମୟ ଟିକିଏ କାଟିବା ପାଇଁକି
ବିଳମ୍ବଟା ଜାଣି ଶୁଣି ।
ସବୁ କିଛି ଆଜି ବଦଳି ଯାଇଛି
କରୋନା ମେଲିଛି ଡେଣା
ବ୍ୟତିକ୍ରମ ହେଲେ ପ୍ରାଣ ନରହିବ
ଚୋବାଇବ ଲୁହା ଚଣା ।
ଅନଲାଇନ୍ କୁ ସୁବିଧା ଭାବିଲେ
ଆଜିର ଯୁବକ ପିଢ଼ି
ଘରେ ଥାଇ ସବୁ ପଦାର୍ଥ କିଣିଲେ
ଟେଲିଫୋନ ତାରେ ଭିଡ଼ି ।
ନିମିଷକ ମଧ୍ୟେ ମନର ପସନ୍ଦ
ଦୁଆରେ ହାଜର ହୁଏ
ସାରା ମାସ ପାଇଁ ସାଇତି ରଖିଲେ
କରୋନା କାହିଁକି ଛୁଏଁ ।