Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Comedy Classics Inspirational

3  

Dr.Soumya Ranjan Khatua

Comedy Classics Inspirational

ସବୁବେଳେ କାହିଁ ଝିଅ ପାଇଁ ରଜ

ସବୁବେଳେ କାହିଁ ଝିଅ ପାଇଁ ରଜ

1 min
182


ଓଡ଼ିଆଙ୍କ ଏ ତ ବଡ଼ ଗଣ ପରବ

ଆଷାଢ଼ ଆଗମନେ ପୁରପଲ୍ଲୀ ରଜରେ ହସିବ

ଧରଣୀ ମା ଙ୍କୁ ସମ୍ମାନ ମିଳିବ

ବସୁମତୀ ସ୍ନାନରେ ପୂଜା କରି ଚାଷୀ ଚାଷ ଆରମ୍ଭିବ ।


କିନ୍ତୁ ରଜ ରଜ ବୋଲି ସବୁଠି ପଡୁଛି ହୁରୀ

ପାଳିବାକୁ ପର୍ବ ଝିଅ ବୋହୂ ଆସନ୍ତି ବାହାରି

ନୂଆ ଶାଢ଼ୀ ଚୁଡ଼ି ମେକଅପ କ୍ରିମ ବରାଦ ଦିଅନ୍ତି କରି

ବାପା ଭାଇ ପକେଟ ଖାଲି ଦିଅନ୍ତି କରି ।


ଏ କି କଥା କହିଲ ଦେଖି ଭାଇ

ଏତେ ଦରବ ସଜା ହୁଏ ଖାଲି ଝିଅ ବୋହୂ ପାଇଁ

ପୁରୁଷଙ୍କ କଥା କିଏ ବି ପଚାରେ ନାହିଁ

ଏତେ ପାର୍ଥକ୍ୟ କାହିଁକି ଯେ ତାଙ୍କ ପାଇଁ ।


ସବୁ ଝିଅ ବୋହୂ ହେଲେ ତ ସଜ

ଆମେ ନହୋଇ କଣ ବାଛିବୁ ଡ଼ିମିରି ବୀଜ

କିଲର ପେଣ୍ଟ କୁ ପୋଲୋ ଟି ସାର୍ଟ ଖୋଜ

ଡିଓ ଦେହେ ଢାଳି କ୍ରିମ ମୁହେଁ ବୋଲି ହବା ଟିକେ ସଜ ।


ପାଦରେ ବାନ୍ଧି ନାଇକ ଜୋତାକୁ ଫ୍ରେସଞ୍ଜ କଟ ଦାଢ଼ି

ସନ ଗ୍ଲାସ ଆଖିରେ ଦେଇ ହାତେ ବାନ୍ଧିବା ଦାମୀକିଆ ଘଡି

ରସିକିଆ ଟୋକା ଯେ ପାଟିରେ ପାନ ଦେ ମାଡି

ହେଲେ ତ କରୁଣା ଜଗିଛି ବାହାରେ ଘରେ ଦୋଳି ଲଗେଇ ଯିବା ଚଢି ।


Rate this content
Log in