ବାପା
ବାପା
ବହୁ ଦିନ ରୁ ତୁମକୁ ଦେଖି ନି
ଚିତ୍ର ଟି ଆଙ୍କିବିବୋଲି ଭାବିଲି
ହେଲେ କେଉଁଠୁ ଆରମ୍ଭ କରିବି
ତୁମ ପାଦ ରୁ
ହଁ ଠିକ୍ କଥା
କାହିଁକି ନା ତୁମ ପାଦ ଉପରେ ପାଦ ଥୋଇ
ଚାଲିବାକୁ ଶିଖାଉଥିଲ ମୋ ଦୁଇ ହାତ ଧରି
ଏକଥା ଭାବୁ ଭାବୁ ପଡିଗଲି
ତମେ କହୁଛ ନାଇଁ ଲୋ ମାଆ କିଛି ହେବନି.
ହଁ ଠିକ୍ କଥା
ମୋର କିଛି ହେବନି
ଲୁହ ପଡିଗଲା କାଗଜ ଉପରେ
ତାପରେ ପୁଣି ନୂଆ କାଗଜ
ଏଥର ଆରମ୍ଭ କରିବି ତୁମ ମୁହଁ ଟିକୁ
ମନେ ପଡିଲା ମୋ ମୂହଁକୁ ଦେଖି
ତମେ କହୁଛ ମୋଝିଅଟା ସୁଖିଗଲାଣି
କିଛି ଖାଇନି ବୋଉ ଦେଇନି ଖାଇବାକୁ
ପୁଣି ଓଦା ହେଲା କାଗଜ
ମନେ ପଡିଲା ହାତକୁ ଧରି ଦୋକାନ
ଆଡେ ଯିବା ।ଯାହା ମାଗିବୁ ଦେବି
ହଁ ଠିକ୍ କଥା
ବୋଉ କଥାଟିକେ ଶୁଣେନି
ତା ପାଖରେ ଅଝଟ କରେ
କିନ୍ତୁ ଖାଇବାକୁ ଦିଏ ହେଲେ
ତୁମକୁ ଦେଖି ତା ନାଆଁରେ
ଅଭିଯୋଗ ବାଢେ ।
କିଛି ଚକେଲେଟ,ବିସ୍କୁଟ ପାଇବାଲୋଭରେ
ଏ କ'ଣ ପୁଣି କାଗଜଟାକୁ ଧରି ହେବନି?
ନା ମୁଁ ହାରିଗଲି ଏ କାଗଜ ପାଖରେ
ମୋ ବାପାର ଚିତ୍ର ମୋ ଆଖି ଆଗରେ
ହୃଦୟ ରେ ଥାଉ
ଯେଉଁ ହାତରେ ମୋ ବାପା
ଚାଷ ସମୟରେ ଅଫିସରୁ ଛୁଟି ନେଇ
ବିଲରେ ହଳ କରି ଚାଷ ବାସ ସାରି
ପୁଣି ଫେରିଯାଆନ୍ତି କର୍ମ କ୍ଷେତ୍ର କୁ
ଆମକୁ ଖୁସିରେ ରଖିବେ
ରୋଜଗାର ପାଇଁ ସେ ବାପା ପାଇଁ
ପଦେ ଲେଖା ସମ୍ପୂର୍ଣ୍ଣ ହେବନାହିଁ
ବାପା ତୁମେ ଭଲରେ ଥାଅ ।
ହଁ ଠିକ୍ କଥା..