Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Comedy Inspirational

3  

Saroj Kumar Jena

Comedy Inspirational

ଦେହକୁ ନେବେନି - ଫ୍ରି ଫାୟାର

ଦେହକୁ ନେବେନି - ଫ୍ରି ଫାୟାର

1 min
156


   

ଆଗ କାଳ ବେଳ ସଙ୍ଗେ କେତେ ଖେଳ 

    ଗଲାଣି ସବୁ ଉଭାଇ ,

ଖେଳ କୁଦ ଭୁଲି ହୋଇ ସାଙ୍ଗ ମେଳି 

  ଫ୍ରି ଫାୟାର (ରେ) ସବୁ ବାଇ । ୧ ।


କରି ଗୁଲି ଖଟି ହୋଇ ପେଟା ପେଟି 

   ସଙ୍ଗେ ହୋଇ ଲଟା ଲଟି ,

ଫ୍ରି ଫାୟର ପାଇଁ କାମ ଦାମ ନାଇଁ 

  ଖେଳଠି ସବୁ ଏକାଠି ।୨ ।


ହୋଇ ରାଗ ଋଷା କହୁଥାନ୍ତି ଭାଷା  

  ମାରେ ମାରେ ଗୋଡ଼ା ଗୋଡ଼ା ,

କେତେ ଖେଳ ନିଶା ଦେଇଣ ପଇସା 

  ଆଇଡ୍ ଆଣନ୍ତି ଭଡ଼ା । ୩ ।


ଶୁଣି ହାଲା ଗୁଲା କେବେ ଗାଆଁବାଲା 

  ଦେଖି ହୋଇଥାନ୍ତି କାବା , 

ଭଲ ଖେଳ ପାଇଁ ରଖନ୍ତି ଲୁଚାଇ 

  ପାଶେ ପାଉଡର ଡବା ।୪ ।


ହାତରେ ଲଗାଇ ଖେଳିଥାନ୍ତି ଭାଇ 

  ପଡ଼େନି ଆଖି ପଲକ ,

ଖେଳରେ ହାରନ୍ତି ଯଦିଓ ମରନ୍ତି 

  ଦେଖିବ ତାଙ୍କର ଦୁଃଖ । ୫ ।


ଶୁଭେ ନାହିଁ ତାଙ୍କୁ ଯେତେ ଡାକୁ ଡାକୁ 

  ହୁଏ ନାହିଁ ତାଙ୍କୁ ଭୋକ ,

ମୋବାଇଲ୍ ଧରି ଫୁଲ୍ ଚାର୍ଜ କରି 

  ଖେଳୁଥାନ୍ତି ଦିନ ଯାକ । ୬ ।


ଏଥିପାଇଁ ଚିନ୍ତା କଲାଣି ଭାଇଟା

   ଆମ ସାହି ଦାମ ଭାଇ ,

ତାର ବୋହୂ ଦୁଇ ହୋଇ ଖେଳ ବାଇ

  ରୋଷେଇ କରନ୍ତି ନାହିଁ ।୭ ।


ହୋଇଣ ବାଇଆ ପିଲାଠୁ ଭେଣ୍ଡିଆ 

  ସର୍ବେ ହେଲେଣି କୋଢ଼ିଆ ,

କ୍ଳବଠୁ ପଡ଼ିଆ ନଦୀଠୁ ଗାଡ଼ିଆ 

  ସବୁଠି ଖେଳ କିମିଆ ।୮ ।


କରିବ ପଠନ ସର୍ବେ ଜ୍ଞାନୀ ଜନ 

  ଦେହକୁ ନେବେନି ଜମା ,

ଯଦିଓ ନିଅନ୍ତି ଟିକେ ଭାବିଚିନ୍ତି 

  ମୋତେ କରିଦେବେ କ୍ଷମା ।୯ ।


ଶେଷରେ ପଦଟେ ଲେଖୁଛି ମୁଁ ଚିତ୍ତେ 

  ରଖିବ ଏହାକୁ ଧ୍ୟାନ ,

ଶାରିରୀକ ଖେଳ ଦିଏ ହିଁ ସୁଫଳ 

  ଏହା କର ନିତିଦିନ । ୧୦ ।



Rate this content
Log in

Similar oriya poem from Comedy