Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Comedy Romance Fantasy

3  

Dr.Soumya Ranjan Khatua

Comedy Romance Fantasy

ସେପାରିର ମନ୍ଦିରରେତୁ କଣ ମନାସିବୁ

ସେପାରିର ମନ୍ଦିରରେତୁ କଣ ମନାସିବୁ

1 min
253



ସୋମବାରର ଆଜି ଏ ସକାଳରେ ,

ପୂଜା ଥାଳି ଧରି ହାତରେ ,

ସୁନ୍ଦରୀ ତୁ କିଆଁ ଆସିଛୁ ନଈ କୂଳରେ ,

ଯିବୁ କି ନଈ ସେପାରି ମହାଦେବଙ୍କ ମନ୍ଦିରରେ ।


ହେଲେ ଏ ନଈରେ ପାଣି ଅକାତ ,

ଜର ଯେ ନାଉରିଆକୁ କାଲୁହ୍ମୁ ଏକଥା ସତ ,

ତୁ କି ଜାଣିନୁ ଦେହ ତା ଭାରି ଅସ୍ତବ୍ୟସ୍ତ ,

ହେଲେ ଗୋରୀ ତୋତେ ପାରୀ କରିବାକୁ ମୁଁ ଯେ ପ୍ରସ୍ତୁତ ।


ଗୋରୀ ଲୋ ଗୋରୀ ! ହେଲେ ସତ ମୋତେ ତୁ ଯେ କହିବୁ ,

ରାଣ ଦେଲି ତୋତେ ସେ ପାରି ମନ୍ଦିରକୁ ତ ଯିବୁ ,

ମହାଦେବଙ୍କ ଠାରେ ମନ୍ଦିରରେ କଣ ମନାସିବୁ ,

କହିଦେ ଗୋରୀ ନହେଲେ ରାଣ ଯେ ଖାଇବୁ ।


ଗୋରୀ ଲୋ ଗୋରୀ ! ମହାଦେବଙ୍କ ଠାରେ ଝିଅ ବର ମାଗନ୍ତି ଯେ ,

ତୋ ଚାହାଣୀରେ ମୁଁ ଯେ ଏକ ପାଗଳ ପ୍ରେମୀଟେ ,

ତୁ ସେପାରି ମନ୍ଦିରରେ ମୋତେ ମାଗିଦେ ,

ତୋ ପ୍ରେମ ନିଶାରେ ହଜେଇବାକୁ ଅନୁମତି ଦେ ।


ଗୋରୀ ଲୋ ଗୋରୀ !

ହାଏ !

ଆଖି ନଖରାରେ ଲାଗୁ ମୋ ପ୍ରେମ ନଈରେ ତୁ ଯେ ଉବୁଡୁବୁ ,

ତୋ ଇଶାରରେ ନୌକା ଆଣି ନାଉରିଆ କି ସତେ କରେଇବୁ ,

କହ ତୋ ହୃଦୟରେ କଣ ସତେ ମୋତେ ସଜେଇବୁ ,

ସେପାରିର ମନ୍ଦିରରେ ମୋତେ ବର ଭାବେ ଏଥର ନିଶ୍ଚିତ ଯେ ମାଗିବୁ ।


Rate this content
Log in

Similar oriya poem from Comedy