ବିଷାଦ
ବିଷାଦ
ମୁଁ ଯେବେ ଖୋଜୁଥାଏ ନଈଟିଏ
ଶାନ୍ତି ଆଉ ଶୀତଳତାର ସନ୍ଧାନରେ
ମୋଡବାଙ୍କ ଜୀବନଟା ବି ସେତେବେଳେ
ପ୍ରଶ୍ନବାଚୀ ହୁଏ, ମୁଁ ଖୋଜେ ଅର୍ଥ ବ୍ୟାଖ୍ୟା
ସମୀକ୍ଷା, ଅନୁସନ୍ଧିଛୁ ପ୍ରଣଟା ଯେବେ ଅତୃପ୍ତ ହୁଏ
ସେ ପୁଣି ତଡପୁ ଥାଏ ତୃପ୍ତିର ସନ୍ଧାନ ରେ
ବିକଳାଙ୍ଗ ବିକୃତ ମାନସିକତା ଭଳି
ଜୀବନଟା ବି ଉପହାସ କରେ
ଜୀବନଟା ଯେବେ ବିଷାଦଗ୍ରସ୍ତ ହୁଏ
ସେତିକିବେଳେ ମୁଁ ଅବସାଦରେ
ଲେଖିଦିଏ ବିଷାଦର କଥା......
