STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପାପ ପୁଣ୍ୟ

ପାପ ପୁଣ୍ୟ

1 min
1

ଅନ୍ୟାୟ ର ପ୍ରତିବାଦ ଯଦି ପାପହୁଏ 
ମୁଁ ସେମିତି ହିଁ ପାପ କରେ 
ନାର୍ଯ୍ୟ ଅଧିକାର ପାଇଁ 
ଲଢେଇ କରିବା ଯଦି ପାପ ହୁଏ 
ମୁଁ ସେମିତି ହିଁ ପାପ କରେ 
ଅବ୍ୟକ୍ତ ଯନ୍ତ୍ରଣା କୁ ବ୍ୟକ୍ତ କରିବା 
ଯଦି ପାପ ହୁଏ ମୁଁ ସେମିତି ହିଁ 
ପାପ କରେ, ପାପ ନୁହେଁ ଏବେ 
ଅନ୍ୟକୁ ଆଘାତ ଦେବା 
ପାପ ନୁହେଁ ଏବେ ମିଥ୍ୟା 
ଛଳନା ପ୍ରତାରଣା 
ପାପର ପଙ୍କ ଏବେ ସବୁଠି 
ଧର୍ମ ନାଁରେ ଭଣ୍ଡାମୀ ହେଉ କି ଲୁଟ 
ଧର୍ମର ରକ୍ଷଣ ବଦଳରେ 
ଯେବେ ଭକ୍ଷଣ ହୁଏ 
ସେତିକିବେଳେ ବି ପାପ ହୁଏ 
ପାପ ନୁହେଁ କି ମିଛ ବାହାନା 
ପାପ ନୁହେଁ କି ଛଳନା ପ୍ରତାରଣା 
ଜୀଵନ ପୃଷ୍ଠାକୁ ଉନ୍ମୋଚନ କଲେ 
ଅଧ୍ୟୟନ କଲେ, ବୋଧଗମ୍ୟ ହୁଏ ସିନା 
ଜୀବନର ପରିଭାଷା ଯନ୍ତ୍ରଣା ଭଳି 
ଶବ୍ଦ ଟିଏ କାହିଁକି ଯେ ମନଟା 
ପ୍ରୟାସ ଜାରି ରଖେ 
ପାପମୁକ୍ତ ହେବାପାଇଁ 
ଅନୁସନ୍ଧାନ କରୁଥାଏ 
ଚିର ଶାନ୍ତି ପ୍ରାପ୍ତ କରିବାକୁ 
ପୁଣ୍ୟର ସନ୍ଧାନରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational