ସ୍ବପ୍ନ
ସ୍ବପ୍ନ
ଭଲପାଏନା ବୋଲି ଅନ୍ଧାର
ହେଲେବି ରାତି କୋଳରେ
ଆଶ୍ରୟ ନିଏ ଆଲୁଅ ର
ଅନ୍ଧାରି ମୂଳକରେ
ଜୀଵନ ଯାତନାର ସହର ରେ
ଘର କରେନା
ପ୍ରାଣଟା ଅଶାନ୍ତ
ଉଜୁଡା ସ୍ବପ୍ନ ସବୁ ଏବେ
ସ୍ବପ୍ନ ଦେଖେ ଗଢିବାକୁ
ଆଉ ଏକ କୋଣାର୍କ
ମୁଁ ପୁଣି ଶବ୍ଦର
ମାୟାଜାଲରେ ବାନ୍ଧିହୁଏ
ଗଢିଦିଏ ସମ୍ପର୍କର ସେତୁ
ପୁନଶ୍ଚ ସ୍ୱପ୍ନର ବଗିଚାରେ
ଫୁଲସିନା ଫୁଟେନା
ହେଲେ କେତେ କଣ ଫୁଟିଥାଏ
