ଶବ୍ଦ
ଶବ୍ଦ
ଶବ୍ଦ ସବୁ ଭାସିଆସେ କେଉଁ ଏକ
ନିବୃତ କୋଣରୁ, ମୁଁ ଶବ୍ଦର
ପାଶ୍ଚାତଧାବନ କରେ
ଶବ୍ଦକୁ ଭଲପାଏ
ଶବ୍ଦର ମାଳା ଗୁନ୍ଥେ
ଆଙ୍କିଦିଏ ଜୀଵନ ଜ୍ୟାମିତି
ଶବ୍ଦ ବିନା ଜୀଵନ ଅର୍ଥହୀନ
ଭିତ୍ତିହୀନ ସଂଜ୍ଞାହୀନ
ଶବ୍ଦକୁ କିଏ ଭଲ ନ ପାଏ
ଯାହାକୁ ଗଢ଼ିଦେଲେ
ଗଢି ହେଇଯାଏ
ଭାଙ୍ଗିଦେଲେ ଭାଙ୍ଗି ହେଇଯାଏ
ତେଣୁ ଶବ୍ଦ ଏକ
କୋଣାର୍କ ଶବ୍ଦର କୋଣାର୍କ
ଗଢୁ ଗଢୁ, ଶବ୍ଦକୁ
ଗଭୀର ଭଲପାଏ ଆପଣେଇ ନିଏ....
